Masthead

ପ୍ରାର୍ଥୀ କଲେ ମତଦାନ

ବାଲେଶ୍ଵର(ବଡ଼ ଖବର ବ୍ୟୁରୋ):

ଜାରି ରହିଛି ବାଲେଶ୍ୱର ରେ ଭୋଟ ଦାନ ପ୍ରକ୍ରିୟା । ଆଜି ମତଦାନ ସକାଳ ୭ ଟା ରୁ ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବୁଥ ରେ ଆରମ୍ଭ ହୋଇଥିଲା । ବିଶେଷ କରି କରୋନା ମହାମାରୀ କୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥାକୁ ବେଶ ସୁସଂଗଠିତ ଭାବରେ କରାଯାଇଥିବା ଦେଖିବାକୁ ମିଳିଥିଲା । ଯେଉଁ ସବୁ ସ୍ଥାନରେ ଭୋଟ ବ୍ୟବସ୍ଥା ହୋଇଥିଲା ସେଠାରେ ଭୋଟର ମାନଙ୍କୁ ସ୍କାନିଂ , ସାନିଟାଇଜ କରି ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ସେହିପରି ଭୋଟ ଦେବା ସମୟରେ ଭୋଟର ମାନଙ୍କୁ ଗ୍ଲୋବସ ଦିଆଯିବା ସହ ହାତ ସାନିଟାଇଜର କରି ଭିତରକୁ ପ୍ରବେଶ କରାଯାଉଥିଲା।

ତେବେ ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ବେଣୁଧର ବାରିକ ମଧ୍ୟ ତାଙ୍କର ମତଦାନ କରିଥିଲେ । ଶୋଭାରାମପୁର ଉପ୍ରା ବିଦ୍ୟାଳୟରେ ସେ ମତଦାନ କରିବା ପରେ ଗଣମାଧ୍ୟମ କୁ ପ୍ରତିକ୍ରିୟା ରେ କହିଥିଲେ ସମସ୍ତ ବ୍ୟବସ୍ଥା ଠିକ ହୋଇଛି , କରୋନା କୁ ନ ଡରି ସମସ୍ତେ ଭୋଟ ଦାନ କରିବା ଉଚିତ । ସେହିପରି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୧୨୬ ନଂ ସାବିତ୍ରୀ ସରକାରୀ ବିଦ୍ୟାଳୟ ରେ ନିଜର ମତଦାନ କରିଥିଲେ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସେ କଂଗ୍ରେସ କୁ ସମର୍ଥନ ଲୋକଙ୍କ ଅଧିକ ମିଳୁଛି , କଂଗ୍ରେସ ହିଁ ବାଜିମାତ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଆଜିମାବାଦ ସରକାରୀ ବିଦ୍ୟାଳୟରେ ନିଜର ମତଦାନ କରିଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ହାଜିରୁଦ୍ଦିନ ଉପ୍ରା ବିଦ୍ୟାଳୟରେ ନିଜର ମତଦାନ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା କୁ ନେଇ ବାଲେଶ୍ୱର ଏସ୍ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି କୌଣସି ସ୍ଥାନରେ ସେପରି କିଛି ଅପ୍ରୀତିକର ପରିସ୍ଥିତି ହୋଇ ନାହିଁ । ପୋଲିସ ସବୁ ଜାଗାରେ କଡା ପହଁରା ଦେଉଛନ୍ତି। ଅନ୍ୟପଟେ ଦିନ ଗୋଟାଏ ସୁଦ୍ଧା ଭୋଟ ୪୧.୩୬ ପ୍ରତିଶତ ରହିଛି ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ