Masthead

‘ଜାତି ଓ ଧର୍ମ ଆଧାରରେ ବିଭାଜନ ସୃଷ୍ଟି ସମ୍ବିଧାନ ବିରୋଧୀ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କାଉଡିଆଙ୍କ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କଲେ ଉତରପ୍ରଦେଶ ସରକାର । ଯେଉଁମାର୍ଗ ଦେଇ କାଉଡିଆ ଯିବେ ସେହି ମାର୍ଗରେ ଥିବା ସମସ୍ତ ଭୋଜନାଳୟ ମାଲିକଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଭୋଜାନାଳୟ ମାଲିକମାନେ ଦୋକାନରେ ନିଜ ନାଁ, କ୍ୟୁଆର କୋର୍ଡ ଓ ଫୋନ ନମ୍ବର ଲଗାଇବେ । ଏହାକୁ ନେଇ ନେଇ ସମାଲୋଚନା କରିଛନ୍ତି ପ୍ରିୟଙ୍କା ଗାନ୍ଧି। ଏପରି ନିର୍ଦ୍ଦେଶ ସମ୍ବିଧାନ ବିରୋଧୀ ବୋଲି ସେ କହିଛନ୍ତି।

ଉତ୍ତର ପ୍ରଦେଶରେ ଠେଲା ଓ ଦୋକାନରେ ବ୍ୟବସାୟୀମାନଙ୍କୁ ସେମାନଙ୍କ ମାଲିକଙ୍କ ନାଁ ଉଲ୍ଲେଖ କରିବା ଭଳି ବିଭାଜନକାର ଆଦେଶ ଆମର ସମ୍ବିଧାନ, ଆମର ଗଣତନ୍ତ୍ର ଓ ଆମର ସବୁ ଐତିହ୍ୟ ଉପରେ ହମଲା ଅଟେ। ସମାଜରେ ଜାତି ଓ ଧର୍ମ ଆଧାର ବିଭାଜନ ସୃଷ୍ଟି କରିବା ସମ୍ବିଧାନ ବିରୋଧୀ ଅପରାଧ। ଏପରି ଆଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ ଓ ଯେଉଁ ଅଧିକାରୀମାନେ ଏପରି ଆଦେଶ ଜାରି କରିଥିଲେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ।”ଗୋଟିଏ ଏକ୍ସ ପୋଷ୍ଟରେ ମୁଜାଫରନଗର ପୁଲିସ୍ କହିଥିଲା ଯେ କୌଣସି ପ୍ରକାରର ଧାର୍ମିକ ବିଭେଦ ସୃଷ୍ଟି କରିବା ଉଦ୍ଦେଶ୍ୟ ନୁହେଁ। କିନ୍ତୁ କେବଳ ମୁଜାଫରନଗର ଦେଇ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣାଇ ଓ ଅପ୍ରୀତିକର ପରିସ୍ଥିକୁ ଏଡ଼ାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ