Masthead

ମାଲକାନଗିରିରେ ପ୍ରବଳ ବର୍ଷା: ବୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରିଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲଘୁଚାପ ବର୍ଷାରେ ମାଲକାନଗିରି ଅସ୍ତବ୍ୟସ୍ତ। ଲଗାଣ ବର୍ଷା ପାଇଁ ମାଲକାନଗିରି କାଲିମେଳା ପଡ଼ିଆ ସମେତ ଆନ୍ଧ୍ରକୁ ଯୋଗିଯୋଗ ବିଛିନ୍ନ। ସେପଟେ ଏବେ ବି ମାଲକାନଗିରିରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ କାଙ୍ଗୁରୁ କଣ୍ଡା ପୋଲ ଉପରେ ୨ରୁ ୩ ଫୁଟ ପାଣି ଚାଲିଥିବା ବେଳେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି । ଅନ୍ୟପକ୍ଷେ କାଙ୍ଗୁରୁ କଣ୍ଡା ବ୍ରିଜ ମାଲକାନଗିରି ଏବଂ କାଲିମେଳାକୁ ବିଚ୍ଛିନ୍ନ କରିଦେଇଛି। ବିଭିନ୍ନ ସ୍ଥାନରେ ପୋଲ ବୁଡ଼ିଥିବା ଦେଖିବାକୁ ମିଳିଛି। ମାଲକାନଗିରି-ମୋଟୁ ଜାତୀୟ ରାଜପଥ-୩୨୬ ଅବରୋଧ ହୋଇଥିବା ବେଳେ କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୦, ପୋଟେରୁ ପୋଲ ଉପରେ ପାଣି ଚାଲିଛି।

ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକରେ ୬.୨ ମିଲିମିଟର, ମାଥିଲି ବ୍ଲକରେ ୩.୦ ମିଲିମିଟର, ଖଇରପୁଟ ବ୍ଲକରେ ୫.୦ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୬.୬ ମିଲିମିଟର, କୋରୁକୋଣ୍ଡା ବ୍ଲକରେ ୯.୦ ମିଲିମିଟର, କାଲିମେଳା ବ୍ଲକରେ ସର୍ବାଧିକ ୪୦.୦ ମିଲିମିଟର ଓ ପଡିଆ ବ୍ଲକରେ ୧୪.୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସର୍ବମୋଟ ୮୩.୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା ବେଳେ ଆଜି ମାଲକାନଗିରରେ ୧୭୬ ମିମି , ମାଥିଲି ୧୬୩ ମିମି , ଖଇରପୁଟ ୨୨୧.୨୦ ମିମି , ଚିତ୍ରକୋଣ୍ଡା ୨୩୦।୪୬ ମିମି , କୋରୁକୋଣ୍ଡା ୨୧୭ ମିମି , କାଲିମେଳା ୨୦୨ ମିମି ଏବଂ ପଡ଼ିଆରେ ୧୩୦.୫ ମିମି ବର୍ଷା ରେକର୍ଡ଼ ହୋଇଛି। ମାଲକାନଗିରି ଜିଲ୍ଲାର ପୋଟେରୁ, ଏମ୍.ଭି. ୯୦,ଏମ୍.ଭି. ୯୬, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମ, ତାର୍ଲାକୋଟା ପ୍ରଭୃତି ଅଂଚଳର ନଦୀ ମାନଙ୍କରେ ଜଳସ୍ରୋତ ଧୀରେ ଧୀରେ ବୃଦ୍ଧି ପାଇବା ସହ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ୫/୭ ଫୁଟ ବନ୍ୟା ଜଳ ପ୍ରବାହିତ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ନଦୀ କୁଳିଆ ଅଂଚଳରେ ବସବାସ କରୁଥିବା ଜନସାଧାରଣ ଓ ପରିବାର ବର୍ଗଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନିମନ୍ତେ ସଜାଗ ରହିଛନ୍ତିା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?