Masthead

ସୁଭଦ୍ରା ଯୋଜନା ନାମରେ ଟଙ୍କା ହଡପ

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି କଲେ ମହା ଠକେଇ । ଟାଉନ ଥାନାର ଦ୍ୱାରସ୍ଥ ହେଲେ ଦୁଇ ଅଭିଯୋଗକାରୀ । ଦିଲ୍ଲୀ ସାଇବର ଥାନା ପୋଲିସ ଦ୍ୱାରା ଘଟଣାର ଖୋଳତାଡ ଆରମ୍ଭ । ଆକାଉଂଟ ଫ୍ରିଜ୍ କରିବା ପାଇଁ ବ୍ୟାଙ୍କକୁ ଜାରିହେଲା ନୋଟିସ୍ । ଢେଙ୍କାନାଳରେ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି ଚଞ୍ଚକତା କରି ଦୁଇଜଣ ବ୍ୟକ୍ତି ଠକେଇ କରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଦୁଇ ଅଭିଯୋଗକାରୀ ଘଟଣାର ତଦନ୍ତ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଟାଉନ ଥାନା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ସହରସ୍ଥିତ ରାମେଶ୍ୱରପୁର ଅଂଚଳର ସ୍ୱାମୀହରା ମହିଳା ମୀନା ରାୟ ଓ ସାଗର ନାୟକ। ଉଭୟଙ୍କ ଅଭିଯୋଗରୁ ଜଣାପଡିଛି ଯେ, ଭଗବାନପୁର ଅଂଚଳର ବାପପୁଅ ବୁବୁ ପୁହାଣ ଓ ତାଙ୍କ ପୁଅ ସୌମ୍ୟ ରଞ୍ଜନ ପୁହାଣ ( ଚିକୁ ) ଉଭୟଙ୍କୁ ସୁଭଦ୍ରା ଯୋଜନାରେ ଆକାଉଂଟକୁ ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ ଉଭୟଙ୍କୁ ଢେଙ୍କାନାଳ ସହର ଚନ୍ଦନ ବଜାର ଠାରେ ଥିବା ଏକ ବ୍ୟାଙ୍କରେ ଆକାଉଂଟ ଖୋଲିଥିଲେ ।

ଆକାଉଂଟ ଖୋଲିବା ପରେ ବ୍ୟାଙ୍କରୁ ମିଳିଥିବା ଚେକ୍ ବହି, ଏଟିଏମ ମଧ୍ୟ ଅଭିଯୁକ୍ତ ବାପପୁଅ ନିଜ ପାଖରେ ରଖିଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି । ତେବେ ଅଭିଯୋଗକାରୀମାନେ ଚେକବହି ଓ ଏଟିଏମ୍ ମାଗିବାରୁ ଅଭିଯୁକ୍ତମାନେ ଘରେ ଯାଇ ଦେବେ ବୋଲି କହି ସେମାନଙ୍କୁ ପଠାଇ ଦେଇଥିଲେ । କିଛିଦିନ ତଳେ ମୀନା ରାୟଙ୍କ ଆକାଉଂଟରେ ବହୁତ ଟଙ୍କା ଆସିଛି ବୋଲି ଉକ୍ତ ବ୍ୟାଙ୍କରୁ ତାଙ୍କ ପାଖକୁ ଏକ ନୋଟିସ ଆସିଥିବା ମୀନା କୁହନ୍ତି । ସେହିପରି ଅନ୍ୟତମ ଅଭିଯୋଗକାରୀ ସାଗର ନାୟକଙ୍କ ଆକାଉଂଟକୁ ୧କୋଟି ୭୫ଲକ୍ଷ ୮୮ହଜାର ୪୨୮ଟଙ୍କା ଆସିଥିବାକୁ ନେଇ ବ୍ୟାଙ୍କ କର୍ତୃପକ୍ଷ ଉଭୟଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ଘଟଣାରେ ଢେଙ୍କାନାଳ ଚନ୍ଦନବଜାର ଠାରେ ଥିବା ଫେଡେରାଲ ବ୍ୟାଙ୍କ କର୍ତୃପକ୍ଷ ଉଭୟଙ୍କୁ ଦିଲ୍ଲୀ ଏସିପି ସାଇବର ସେଲ୍-୧ ଦିଲ୍ଲୀ ପୋଲିସ ପକ୍ଷରୁ ରେଫରେନ୍ସ ନମ୍ବର ଓ ତାରିଖ-୨୮୪/୨୪, ୨୮.୦୬.୨୦୨୪ରେ ମିଳିଥିବା ପତ୍ର ଅନୁଯାୟୀ ଉଭୟଙ୍କୁ ବ୍ୟାଙ୍କ କର୍ତୃପକ୍ଷ ନୋଟିସ କରିବା ସହିତ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଓ ଆକାଉଂଟକୁ ବନ୍ଦ କରାଯିବ ବୋଲି ଜଣାଇଛନ୍ତି । ଏହି ନୋଟିସ୍ ପାଇବା ପରେ ଘଟଣା ପଦାକୁ ଆସିଥିଲା । ଏବଂ ନୋଟିସରେ ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ମଧ୍ୟ ସୂଚନା ରହିଛି । ନୋଟିସ୍ ପାଇବା ପରେ ଉଭୟ ଯାଇ ଏ ସଂକ୍ରାନ୍ତରେ ପଚରାଉଚରା କରିବାରେ ସେମାନଙ୍କ ଆକାଂଉଟକୁ ଆସିଥିବା ଟଙ୍କା କେହି ଉଠେଇ ନେଇଥିବା ଜଣାପଡିଲା ବୋଲି ଉଭୟେ ଅଭିଯୋଗ କରନ୍ତି । ସେହିପରି ଏତେବଡ ପରିମାଣର ଟଙ୍କା କେଉଁଠୁ ଆସିଲା ବୋଲି ଉଭୟ ଜାଣିନଥିବା ଗଣମାଧ୍ୟମକୁ ଜଣାଇଛନ୍ତି ।

ଫଳରେ ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ସମ୍ପର୍କରେ ଫେଡେରାଲ ବ୍ୟାଙ୍କ ଶାଖା ପରିଚାଳକ ଲିପିଶ୍ରୀ ମହାନ୍ତିଙ୍କୁ ପଚରାଯିବାରେ ସେ କୁହିଛନ୍ତି ଯେ, ଆମକୁ ଆକାଂଉଟ ଖୋଲିଥିବା ବ୍ୟକ୍ତି କିମ୍ବା ପୋଲିସ ମାଗିଲେ ଆମେ ସେମାନଙ୍କୁ ଷ୍ଟେଟମେଣ୍ଟ ଦେବୁ । ଅଭିଯୋଗକାରୀମାନେ ସେମାନଙ୍କ ଆକାଉଂଟ ନମ୍ବର ଆମକୁ ଆଣିଦେଲେ ଆମେ ଏହାକୁ ଯାଂଚ କରିବୁ ବୋଲି ବ୍ୟାଙ୍କ କର୍ତୃପକ୍ଷ କହିଛନ୍ତି । ତେବେ ଯେହେତୁ ଅଭିଯୋଗ ପତ୍ରରେ କୌଣସି ଆକାଉଂଟ ନମ୍ବର କିମ୍ବା ଏ ସମ୍ପର୍କିତ କୌଣସି ତଥ୍ୟ ନାହିଁ, ତେଣୁ ମାମଲା ରୁଜୁ ହୋଇପାରିନାହିଁ । ଆକାଉଂଟ ନମ୍ବର ମିଳିଲେ ବ୍ୟାଙ୍କ ଷ୍ଟେଟମେଂଟକୁ ଯାଂଚ କରିବା ପରେ ପରବର୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ତେବେ ପ୍ରକୃତରେ ଏତେ ଟଙ୍କା କେଉଁଠୁ ଆସିଲା ଏଥିରେ ଅଭିଯୁକ୍ତ ବାପ ପୁଅଙ୍କ ଛଡା ଆଉ କେଉଁମାନେ ସମ୍ପୃକ୍ତ, କେବଳ ଏହି ଦୁଇ ଜଣ କିମ୍ବା ଅନ୍ୟ କେଉଁମାନଙ୍କ ଆକାଉଣ୍ଟକୁ ଏଭଳି ଟଙ୍କା ଆସିଛି କି ନାହିଁ ଏ ସବୁର ତଦନ୍ତ କରି ସତ୍ୟକୁ ପର୍ଦାଫାଶ କରିବାର ଆବଶ୍ୟକ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା