Masthead

ଚଳିତ ବର୍ଷ ଶେଷ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ କାମ ପୂର୍ଣ୍ଣାଙ୍ଗ ହେବ: ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ଶେଷ ସୁଦ୍ଧା ବଡ଼ଚଣା ବ୍ଲକରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ କାମ ପୂର୍ଣ୍ଣାଙ୍ଗ ହେବ । ବଡ଼ଚଣା ବିଧାୟକ ଅମର ନାୟକଙ୍କୁ ପ୍ରଶ୍ନର ଏହି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ୨୦୧୫ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ପାଇଁ ଘୋଷଣା କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ୨୦୧୭ ଜୁଲାଇ ୩୧ରେ ୬୬ ଏକର ଜମିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ।

ଏଥି ପାଇଁ ୧୦୧ କୋଟି ୨୪ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଯେଉଁଥିରୁ ୭୦ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରି ସାରିଛନ୍ତି । ବିଶ୍ଵବିଦ୍ୟାଳୟର ଆକାଡେମିକ, ଆଡ଼ମିନିଷ୍ଟ୍ରେଟିଭି ସମେତ ୬୦% କାମ ସରିଲାଣି ବୋଲି କହିଛନ୍ତି ସୂରଜ । ସେ ଆହୁରି ମଧ୍ୟ କହିଛନ୍ତି ୨୦୧୮-୧୯ ରୁ ଏଠାରେ ବିଏସସି ନର୍ସିଙ୍ଗର ତିନୋଟି ବିଷୟରେ ସ୍ନାକତ୍ତର ପାଠ୍ୟକ୍ରମ ଚାଲିଛି । ଆଜି ଯାଏଁ ସତ ପ୍ରତିଶତ ଫଳାଫଳ ହୋଇଛି । ୨୦୨୨ ଡିସେମ୍ବର ୧୫ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମ୍ନମାନର କାମ ନେଇ ସେ ସମୟର ସ୍ଥାନୀୟ ସରପଞ୍ଚ ଚିଠି ଲେଖିଥିଲେ ।

ସେଥିପାଇଁ ନିର୍ମାଣକାରୀ ସଂସ୍ଥାକୁ ତାଗିଦ କରାଯାଇଥିଲା । ତା ପରଠାରୁ ଆଉ ଅଭିଯୋଗ ଆସିନି । କାମ ଠିକ ଭାବେ ଓ ଠିକ ସମୟରେ ସାରିବାକୁ ବାରମ୍ବାର ତାଗିଦ କରାଯାଉଛି । ଯଦି ନିମ୍ନମାନ କାମର ଅଭିଯୋଗ ପ୍ରମାଣିତ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହକୁ ଅବଗତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା