Masthead

ମୁଣ୍ଡଳୀରେ କମୁଛି ଜଳସ୍ତର: ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍‌

ଟକ(ବଡ଼ ଖବର ବ୍ୟୁରୋ): ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିଲା । ଏବେ ବର୍ଷା କମିବାରୁ ୨ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଫଳରେ ଏବେ ହୀରାକୁଦ ଡ୍ୟାମର ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ଆଜି ସକାଳ ସୁଦ୍ଧା ୬୧୧.୮୫ ଫୁଟ ରହିଛି । ଡ୍ୟାମ ଭିତରକୁ ୧,୫୭,୨୭୨ କ୍ୟୁସେକ ପ୍ରବେଶ କରୁଥିବା ବେଳେ ୩,୦୯,୭୪୦ କ୍ୟୁସେକ ନିଷ୍କାସିତ ହେଉଛି।

ଏବେ ହୀରାକୁଦର ବାମ ପାର୍ଶ୍ୱରେ ୧୨ ଓ ଦକ୍ଷିଣ ପାର୍ଶ୍ୱରେ ୬ଟି ଗେଟ୍‌ ଖୋଲା ଅଛି। ହୀରାକୁଦର ୨ଟି ଗେଟ୍‌ ବନ୍ଦ ହେବା ପ୍ରଭାବରେ ଗତକାଲି ରାତିରୁ ମୁଣ୍ଡଳୀରେ ମହାନଦୀର ଜଳସ୍ତର କମିବାରେ ଲାଗିଛି। ମୁଣ୍ଡଳୀରେ ଅପ୍ ଷ୍ଟ୍ରିମରେ ୮୭.୮୦ ଫୁଟ ଓ ଡାଉନ୍ ଷ୍ଟ୍ରିମରେ ୮୪.୯୦ ଫୁଟ ଜଳସ୍ତର ରହିଛି ତେଣୁ ମୁଣ୍ଡଳୀରେ ଏବେ ଜଳସ୍ତର ବୃଦ୍ଧିର ସମ୍ଭାବନା କମ୍‌ ରହିଛି। ଫଳରେ ମଧ୍ୟମ ଧରଣର ବନ୍ୟା ଆଶଙ୍କାର ସମ୍ଭାବନା ନାହିଁ ବୋଲି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ