Masthead

କଇଁଛ ସୁରକ୍ଷା ପାଇଁ ବେଳାଭୂମି ସଫେଇ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଶୀତ ଋତୁରେ ଅଲିଭ ରିଡଲେ କଇଁଛ ମୁଖ୍ୟତଃ ପୁରୀରୁ ଅସ୍ତରଙ୍ଗ କେଳୁଣୀ ମୁହାଣ ପର୍ୟ୍ୟନ୍ତ ଅଣ୍ଡା ଦେବାକୁ ଆସିଥାନ୍ତି । ତେଣୁ କଇଁଛମାନଙ୍କ ସୁରକ୍ଷା ପାଇଁ ଅସ୍ତରଙ୍ଗ କେଳୁଣୀ ମୁହାଣ ନିକଟରେ ସମ୍ପୂର୍ଣ୍ଣ ବେଳମାର୍ଗ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଯେଉଁଥିରେ ଅନେକ କୁନି କୁନି ଛାତ୍ରଛାତ୍ରୀ, ଗ୍ରାମ କମିଟିର ସଦସ୍ୟ, ଏସଏସଜି ସଭ୍ୟା, ବନ ବିଭାଗର କର୍ମଚାରୀ, ପରିବେଶ ସୁରକ୍ଷା ସମିତର ସଦସ୍ୟ ଯୋଗଦେଇଥିଲେ ଏହି କାର୍ୟ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବେଳମାର୍ଗ କୁ ସଫା ରଖିବା ଓ ବେଳାମାର୍ଗ କୁ ପ୍ଲାଷ୍ଟିକ ମୁକ୍ତ କରିବା ଯାହା ଦ୍ବାରା ଅଣ୍ଡା ଦେବାକୁ ଆସୁଥିବା ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ ଭାବେ ଅଣ୍ଡା ଦେଇପାରିବେ । ଯୁବ ପରିବେଶବିତ୍ ସରୋଜ ଜେନା, କୋଣାର୍କ ରେଞ୍ଜର, ନଡ଼ିଆ ମଠ ବିଟ୍ ଅଧିକାରୀ ପ୍ରମୁଖ ଏଥିରେ ସାମିଲ ହୋଇ କୋଭିଡ ନିୟମକୁ ମାନି ସାମୁଦ୍ରିକ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା