Masthead

ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା, ଅପରାହ୍ନ ୨ଟାରୁ ୬ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ । ଶ୍ରାବଣ ଅମାବାସ୍ୟା ତଥା ଚିତାଲାଗି ଅମାବାସ୍ୟା ଅବସରରେ ଆଜି ଅପରାହ୍ନ ୨ଟାରୁ ସା ୬ଟା ୪ ଘଣ୍ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗ ନୀତି ସମ୍ପନ୍ନ ହୋଇଥାଏ। ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି। ଏହା ଗୁପ୍ତ ନୀତି ହୋଇଥିବାରୁ ନୀତି ସମୟରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଅନ୍ୟାନ୍ୟ ନୀତି ହୋଇ ଜୟବିଜୟ ଦ୍ୱାର ବନ୍ଦ ହେବ। ଏହାପରେ ଦଇତାପତି ସେବକମାନେ ଚିତାଲାଗି ପାଇଁ ଗର୍ଭଗୃହରେ ପ୍ରବେଶ କରିବେ।

ବାଡ଼ଗ୍ରାହୀ ଦଇତା ପତି ମହାପାତ୍ର ରତ୍ନସିଂହାସନ ଉପରେ ଉଦ୍ଧିଷ୍ଟ କାଠଘୋଡ଼ା ଉପରେ ଚଢି ପାଟରା ଦେଇଥିବା ପାଟଡ଼ୋରାରେ ଉକ୍ତ ଚିତାକୁ ବାନ୍ଧି ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ଲାଗି କରିବେ। ଶ୍ରୀବଳଭଦ୍ରଙ୍କ ଶ୍ରୀମୁଖରେ ସବୁଜ ରଙ୍ଗର ପାନ୍ନାଚିତା, ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ ଉଜ୍ୱଳ ବ୍ରହ୍ମଜ୍ୟୋତି ଖଚିତ ହୀରାଚିତା, ମା’ ସୁଭଦ୍ରାଙ୍କ ଶ୍ରୀମୁଖରେ ମାଣିକ୍ୟ ଖଚିତ ଚିତା ଲାଗି କରାଯିବ। ଦଇତାମାନେ ଚିତା ଲାଗି କରି ଗର୍ଭଗୃହରୁ ଆସିଲା ପରେ ପାଳିଆ ମେକାପ ରତ୍ନସିଂହାସନ ମାର୍ଜଣା କରିବେ। ପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଏନେଇ ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ 🔴 ଆସୁଛି ଆଉ ଏକ ଲଘୁଚାପ