Masthead

ପାନୀୟ ଜଳ ପାଇଁ ରାସ୍ତା ରୋକିଲେ ମହିଳା

ଭଞ୍ଜନଗର(ବଡ଼ ଖବର ବ୍ୟୁରୋ): ପାନୀୟ ଜଳ ପାଇଁ ରାସ୍ତା ରୋକିଲେ ମହିଳା । ଜଗନ୍ନାଥ ପ୍ରସାଦ ବ୍ଲକ ଗୋଛାବାଡି ଛକ ୨୧ନମ୍ବର ରାଜ୍ୟ ରାଜପଥରେ ବିଭାଗୀୟ ଅବହେଳା ଓ ଖାମଖିଆଲ ନୀତି ଯୋଗୁଁ ଗୋଛାବାଡିର ଅଧିବାସୀ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଯାହାକୁ ନେଇ ପ୍ରତିବାଦରେ ଆଜି ମହିଳାମାନେ ଗରା ଓ ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି । ସେମାନଙ୍କ ଅଭିଯୋଗ ଗାଁକୁ ସଂଯୋଗ କରିଥିବା ପାନୀୟ ଜଳ ପାଇପକୁ ବଦଳାଇ ନୂଆ ପାଇପ ଯୋଗାଣ କାର‌୍ୟ୍ୟ ଆରମ୍ବ କରିଥିଲେ ।

କିନ୍ତୁ ଜଣେ ସ୍ଥାନୀୟ ବ୍ୟକ୍ତି ନିଜର ଜମିପଟା ଦେଇ ପାଇପ ଯିବ ନାହିଁ କହି ପ୍ରତିବାଦ କରି କାମ ବନ୍ଦ କରିଥିଲେ । ଦୀର୍ଘ ୬ମାସ ଧରି ଗାଁ ଲୋକେ ପିଇବା ପାଣି ପାଇଁ ପ୍ରଶାସନ ପାଖରେ ଅନେକ ଗୁହାରି କରି ଥକି ଗଲା ପରେ ଆଜି ରାସ୍ତା ରୋକ କରିଥିବା ସୂଚନା ମିଳିଛି ଓ ବର୍ତ୍ତମାନ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି କିନ୍ତୁ ଲୋକଙ୍କ ଜିଦ ପାଣି ସମସ୍ୟା ସମାଧାନ ପରେ ହିଁ ରାସ୍ତା ଛାଡ଼ିବୁ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରିରହିଥିବା ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ