ପାନୀୟ ଜଳ ପାଇଁ ରାସ୍ତା ରୋକିଲେ ମହିଳା

ଭଞ୍ଜନଗର(ବଡ଼ ଖବର ବ୍ୟୁରୋ): ପାନୀୟ ଜଳ ପାଇଁ ରାସ୍ତା ରୋକିଲେ ମହିଳା । ଜଗନ୍ନାଥ ପ୍ରସାଦ ବ୍ଲକ ଗୋଛାବାଡି ଛକ ୨୧ନମ୍ବର ରାଜ୍ୟ ରାଜପଥରେ ବିଭାଗୀୟ ଅବହେଳା ଓ ଖାମଖିଆଲ ନୀତି ଯୋଗୁଁ ଗୋଛାବାଡିର ଅଧିବାସୀ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଯାହାକୁ ନେଇ ପ୍ରତିବାଦରେ ଆଜି ମହିଳାମାନେ ଗରା ଓ ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି । ସେମାନଙ୍କ ଅଭିଯୋଗ ଗାଁକୁ ସଂଯୋଗ କରିଥିବା ପାନୀୟ ଜଳ ପାଇପକୁ ବଦଳାଇ ନୂଆ ପାଇପ ଯୋଗାଣ କାର‌୍ୟ୍ୟ ଆରମ୍ବ କରିଥିଲେ ।

କିନ୍ତୁ ଜଣେ ସ୍ଥାନୀୟ ବ୍ୟକ୍ତି ନିଜର ଜମିପଟା ଦେଇ ପାଇପ ଯିବ ନାହିଁ କହି ପ୍ରତିବାଦ କରି କାମ ବନ୍ଦ କରିଥିଲେ । ଦୀର୍ଘ ୬ମାସ ଧରି ଗାଁ ଲୋକେ ପିଇବା ପାଣି ପାଇଁ ପ୍ରଶାସନ ପାଖରେ ଅନେକ ଗୁହାରି କରି ଥକି ଗଲା ପରେ ଆଜି ରାସ୍ତା ରୋକ କରିଥିବା ସୂଚନା ମିଳିଛି ଓ ବର୍ତ୍ତମାନ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି କିନ୍ତୁ ଲୋକଙ୍କ ଜିଦ ପାଣି ସମସ୍ୟା ସମାଧାନ ପରେ ହିଁ ରାସ୍ତା ଛାଡ଼ିବୁ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରିରହିଥିବା ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’