Masthead

ସ୍ୱାଦ ହୋଟେଲ କବ୍ଜାରୁ ହଟିଲା ୨୫ ଡିସମିଲ ଜଙ୍ଗଲ ଜମି

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ବହୁ ବିବାଦୀୟ ସ୍ୱାଦ ହୋଟେଲରୁ ହଟିଲା ୨୫ ଡ଼ିସମିଲ ଜଙ୍ଗଲ ଜମି । ୨୫ ଡିସମିଲରେ ହୋଇଥିଲା ପାଇଖାନା ଓ ଡାଇନିଂ । ପାଇଖାନା ଓ ଡାଇନିଂ ଭାଙ୍ଗି ନିଜ ଜାଗା ନେଲା ବନ ବିଭାଗ । କୁହାଯାଉଥିଲା କୌଣସି ଜଙ୍ଗଲ ଜମିକୁ ହୋଟେଲ ସ୍ୱାଦ କବ୍ଜା କରିନି ତେବେ ଏହି ୨୫ ଡ଼ିସମିଲ ଜଙ୍ଗଲ ଜମି ଆସିଲା କେଉଁଠୁ? ବାକି ଜାଗାରେ ନିର୍ମାଣ ହୋଇଥିବା ସ୍ୱାଦ ହୋଟେଲରେ ରହିଛି କି ରହସ୍ୟ?

କାହିଁକି ନା ଯେଉଁ ଜଙ୍ଗଲ ପାଖରେ ଦୁଇଶହ ବର୍ଷ ଧରି ରହି ଆସୁଥିବା ବାଙ୍କୁଆଳବାସୀ ସରକାର ଏଯାଏଁ ସ୍ଥାୟୀ ପଟ୍ଟା ଦେଇପାରିଲାନି ତେବେ ସେହି ଜାଗାରେ ହୋଟେଲ ସ୍ୱାଦକୁ ସ୍ଥାଇ ପଟ୍ଟା ମିଳିଲା କେମିତି ? କେବେ ପଡିବ ହୋଟେଲ ସ୍ୱାଦ ଘଟଣାରେ ପୂର୍ଣ୍ଣଛେଦ? ରାଜସ୍ୱମନ୍ତ୍ରୀ କରିବେ କି ଏହାର ତଦନ୍ତ ? ହୋଟେଲ ସ୍ୱାଦର ପ୍ରଥମ ମାପରେ ୨୪ ଡିସମିଲ ଜଙ୍ଗଲ ଜମି ବାହାରିଥିବାର ରାଜନଗର ତହସିଲଦାର ଅଜୟ ମହାନ୍ତି କହିଥିଲେ କିନ୍ତୁ ଗତକାଲି ପୁଣି ଦ୍ୱିତୀୟ ଥର ହୋଟେଲ ସ୍ୱାଦ ମାପରେ ଜଙ୍ଗଲ ଜମି ୨୫ ଡିସିମିଲ ବାହାରିଥିବାର ଭିତରକନିକା ବନ ସଂରକ୍ଷକ ମାନସ ଦାସ କହିଛନ୍ତି । ତେବେ ଏହି ଦୁଇ ମାପର ସତ୍ୟାସତ୍ୟ କ’ଣ? କିଏ କହୁଛି ସତ କଥା, ରାଜସ୍ୱ ବିଭାଗ ନା ଜଙ୍ଗଲ ବିଭାଗ, ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ।

ସବୁଠୁ ବଡ଼ କଥା ହେଲା ଗତକାଲି ସ୍ୱାଦ ହୋଟେଲ ମପା କାର୍ଯ୍ୟରେ ପଟ୍ଟାମୁଣ୍ଡାଇ ତହସିଲଦାର ଉପସ୍ଥିତ ଥିଲେ ହେଲେ ରାଜନଗର ତହସିଲଦାର ନଥିଲେ । ତେବେ କାହିଁକି ରାଜନଗର ତହସିଲଦାର ହୋଟେଲ ସ୍ୱାଦ ମପା କାର୍ଯ୍ୟରେ ନଥିଲେ, ରାଜନଗର ତହସିଲଦାର ଅଧୀନରେ ସ୍ୱାଦ ହୋଟେଲ ନିର୍ମାଣ ହୋଇଛି ତେବେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ଭୂମିକା କଣ ଥିଲା, ଏହି ସବୁ ପ୍ରଶ୍ନର ଏବେ ଚର୍ଚ୍ଚା ବେଶ ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା