Masthead

ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ । ଶେଖ ହସିନା ଇସ୍ତଫା ଦେଇଥିବା ସ୍ପଷ୍ଟ କଲେ ବାଂଲାଦେଶ ସେନା ମୁଖ୍ୟ । ଢାକା ଛାଡ଼ି ଶେଖ ହସିନା ବିଦେଶ ଯାଉଥିବା ଚର୍ଚ୍ଚା  ହେଉଛି ।  ଦୀର୍ଘଦିନ ହେଲା କ୍ଷମତାରେ ଥିବେ ଶେଖ ହସିନା ଣେ ଇସ୍ତଫା ଦେବା ସହ ପରିବାରକୁ ନେଇ ଦେଶ ଛାଡିଦେଇଛନ୍ତି । ବାଂଲାଦେଶରେ ସଂରକ୍ଷଣକୁ ନେଇ ବେଶ କିଛି ଦିନ ହେଲା ରକ୍ତାକ୍ତ ସଂଘର୍ଷ ଜାରି ରହିଥିବା ବେଳେ ଶହ ଶହ ଲୋକଙ୍କ ଜୀବନ ବି ଗଲାଣି । ଏବେ ସବୁଠୁ ବଡ କଥା ହେଉଛି ବାଂଲାଦେଶ ସେନା ଶାସନ ଭାର ନିଜ କ୍ଷମତାକୁ ନେଇଛି ।

ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେବା ପରେ ସେନା ଏବେ ଶାସନ ଭାର ହାତକୁ ନେଇଥିବା ସୂଚନା ମିଳିଛି । ଭଉଣୀ ଶେଖ ରିହାନାଙ୍କ ସହ ଦେଶ ଛାଡିଛନ୍ତି । ଏକ ସାମରିକ ହେଲିକପ୍ଟରରେ ଦେଶ ଛାଡ଼ିଥିବା ସୂଚନା ମିଳିଛି । ଏହା ସହିତ ବାଂଲାଦେଶରେ ଲାଗୁ ହୋଇଛି ସାମରିକ ଶାସନ । ଇସ୍ତଫା ଦେବା ପାଇଁ ଶେଖ ହସିନାଙ୍କ ଉପରେ ବଢ଼ୁଥିଲା ଚାପ । ସଂରକ୍ଷଣ ପ୍ରତିବାଦରେ ସାରା ଦେଶରେ ଜାରି ରହିଛି ହିଂସା । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଜାରି ରହିଥିଲା ଆନ୍ଦୋଳନ । ସେପଟେ ପରିସ୍ଥିତି ଦେଖି ଭାରତ ତାର ନାଗରିକଙ୍କୁ ସତର୍କ ରହିବାକୁ ଆଡଭାଇଜରୀ ଜାରି କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା