Masthead

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ: ସେପ୍ଟେମ୍ବର ୮ ସକାଳ ୯ଟା ୩୫ରୁ ୧୦ଟା ୭ଭିତରେ ନବାନ୍ନ ଲାଗି

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ଆଦି ପରମ୍ପରା କୃଷିଭିତ୍ତିକ ପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ। ବଲାଙ୍ଗୀର ଜିଲ୍ଲାରେ ନୂଆଁଖାଇ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ ହୋଇଛି। ସମଗ୍ର ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଏହି ଲଗ୍ନ ଧାର୍ଯ୍ୟ କରିଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ବଲାଙ୍ଗୀର ପାଟନାରାଜ୍ୟ ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ସହ ଶୈଳଶ୍ରୀ ପ୍ୟାଲେସ ବାବା ନୀଳକଣ୍ଠ ମନ୍ଦିରରେ ଏହି କାର୍ଯ୍ୟକ୍ରମ ହୋଇଛି।

ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ୮ ତାରିଖ ରବିବାର ବିଶୁଦ୍ଧ ତୁଳ ଲଗ୍ନ ଶୁଭବେଳା ଦିନ ୯ଟା ୩୫ରୁ ୧୦ଟା ୭ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ। ପାଟଣାଷ୍ଟେଟ ଅଧିଷ୍ଠାତ୍ରୀ ଦେବୀ ତଥା ମହାରାଜାଙ୍କ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଆନୁଯାୟୀ ଲଗ୍ନ ଧାର୍ଯ୍ୟ ହେଉଛି। ପାଟଣେଶ୍ୱରୀ ହେଉଛନ୍ତି ବଡ଼ ଭଉଣୀ ଓ ସମଲେଶ୍ଵରୀ ହେଉଛନ୍ତି ସାନ ଭଉଣୀ। ଏହି ରୀତିନୀତି ଆନୁଯାୟୀ ପ୍ରଥମେ ବଡ଼ ଭଉଣୀର ରାଜ୍ୟ ତଥା ବଲାଙ୍ଗୀର ଜିଲ୍ଲାରୁ ହିଁ ଏହି ଲଗ୍ନ ଧାର୍ଯ୍ୟର ପରମ୍ପରା ରହିଛି। ଯାହାକି ଆଜି ପର୍ଯ୍ୟନ୍ତ ପାଳନ ହୋଇଆସୁଛି। ମା’ଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ନୂଆ ଖାଇବେ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି