Masthead

ବିସ୍ଥାପିତଙ୍କ ବିରୋଧ ଯୋଗୁଁ ଫେରି ଆସିଲା ହାଇଲେଭେଲ୍ ଟିମ୍

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକୁ ପୁଣି ବିରୋଧ। ପ୍ରଥମେ ଦାବି ପୁରଣ, ତାପରେ କାମ ଆରମ୍ଭ କରିବାକୁ ଜିଦ୍ ଧରିଛନ୍ତି ବିସ୍ଥାପିତ। ଲୋୟର ସୁକତେଲ ଡ଼୍ୟାମ ବିସ୍ଥାପିତଙ୍କ ବିରୋଧ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି। ୧୧ ଦଫା ସମ୍ବଳିତ ଦାବି ପୂରଣ କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅଡି ବସିଛନ୍ତି ବିସ୍ଥାପିତ।
ଦୁଇ ବର୍ଷ କାମ ବନ୍ଦ ରହିବା ପରେ ପୁଣି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜୋର୍ ସୋର୍ ସଜବାଜ ଚାଲିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଆଜି କାର୍ଯ୍ୟର ତଦାରଖ ପାଇଁ
ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିଲେ। ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ଜ୍ୟୋର୍ତିମୟ ରଥଙ୍କ ସହ ଟେକନିକାଲ ଟିମ ପ୍ରକଳ୍ପ ଅଂଚଳକୁ ଯାଇ କାମ ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ପ୍ରକଳ୍ପ ବିସ୍ଥାପିତ ଲୋକେ ଏହାକୁ ପ୍ରବଳ ବିରୋଧ କରିବାରୁ କାର୍ଯ୍ୟ ରେ ବାଧା ଉପୁଜିଛି। ପ୍ରକଳ୍ପ କାର୍ଯ୍ୟକୁ ଜୋରସୋର୍ ନାରାବାଜୀ ଏବଂ ସ୍ଲୋଗାନ ଦେଇ ବିରୋଧ କରିବାରୁ ହାଇଲେଭେଲ ଟିମ ପ୍ରକଳ୍ପ ଅଂଚଳରୁ ଫେରି ଆସିଥିବା ଜଣା ପଡିଛି । ପ୍ରଥମେ ୧୧ ଦଫା ଦାବି ପୂରଣ କରିବା ପରେ କାର୍ଯ୍ୟ ଆରମ୍ଭ କରିବାକୁ ଅଡି ବସିଛନ୍ତି ପ୍ରକଳ୍ପ ବିସ୍ଥାପିତ।
ସୁକତେଲ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଗତ ମାସ ରାଜ୍ୟ ସରକାରଙ୍କ ଏକ ହାଇଲେଭେଲ ଟିମ ବଲାଙ୍ଗିର ଗସ୍ତରେ ଆସିଥିଲେ। ଏବଂ ବିଭିନ୍ନ ସଂଗଠନ ଓ ବିସ୍ଥାପିତଙ୍କ ସହ ଆଲୋଚନା କରି ଫେରି ଯାଇଥିଲେ । ତେବେ ଆଜି ଉଚ୍ଚସ୍ତରୀୟ ଟିମ୍ ପ୍ରକଳ୍ପ ଅଞ୍ଚଳକୁ ଯାଇଥିବା ବେଳେ ବିସ୍ଥାପିତ ଲୋକେ ପ୍ରବଳ ବିରୋଧ କରିଛନ୍ତି। ଏପଟେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ବିସ୍ଥାପିତଙ୍କ ସହ ଆଲୋଚନା ଜାରି ରଖିଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି