Masthead

ଦାମୀ କାରରେ ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ: ମାଡ଼ିବସିଲା ପୋଲିସ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଦାମୀ କାରରେ ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ। ରାଜଧାନୀ ଉପକଣ୍ଠ ବାଙ୍କୁଆଳ ନଈ କୂଳରେ ଚାଲିଥିଲା ଏହି ବେଆଇନ କାରବାର। ଠିଆ ହୋଇଥିଲା ଦୁଇଟି ଦାମୀ କାର। ଆଉ ଚାଲିଥିଲା ଗଞ୍ଜେଇ ଡିଲ୍‌। ଫୁଲବାଣୀରୁ ଆସିଥିବା ଗଞ୍ଜେଇ ଖୁଚୁରା ବେପାରୀଙ୍କୁ ବିକ୍ରି କରାଯାଉଥିଲା ଗଞ୍ଜେଇ। କିନ୍ତୁ ଠିକଣା ସମୟରେ ମାଡ଼ିବସିଲା କମିଶନରେଟ୍ ପୋଲିସ। ସହିଦନଗର ଥାନା ପୋଲିସ ସେଠାରେ ଚଢ଼ାଉ କରି ୨ ଗଞ୍ଜେଇ ବେପାରୀଙ୍କୁ କାବୁ କରିବାରେ ସଫଳ ହୋଇଛି। ସେମାନେ ହେଲେ କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଅଞ୍ଚଳର ସତୀଶ କୁମାର ପ୍ରଧାନ ଓରଫ ଲିଟୁ (୩୨) ଏବଂ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳି ଅଞ୍ଚଳର ସୁଶାନ୍ତ କୁମାର ସାହୁ ଓରଫ ବାବୁ (୩୨)। ଏମାନଙ୍କଠାରୁ ପୋଲିସ ୧୪ କେଜି ଗଞ୍ଜେଇ ସହ ଓ ୨ଟି କାର୍‌ ଜବତ କରିଛି।

ପୋଲିସ ସୂଚନା ମୁତାବକ, ଭୁବନେଶ୍ୱର ବଡ଼ଗଡ଼ ଥାନା ବ୍ରହ୍ମେଶ୍ୱର ପାଟଣାରେ ରହୁଥିବା ଲିଟୁ ଦୀର୍ଘଦିନ ଧରି ଚୋରା ଗଞ୍ଜେଇ କାରବାର ଚଳାଇଥିଲେ। ସୋରଡ଼ା ଥାନା ପୋଲିସ୍‌ ପୂର୍ବରୁ ତାକୁ ଗିରଫ କରିଥିଲା। ୬ ମାସ ତଳେ ସେ ଜାମିନ୍‌ରେ ଆସି ପୁଣି ଗଞ୍ଜେଇ ବେପାର ଆରମ୍ଭ କରିଥିଲେ। ଲିଟୁ ପୂର୍ବରୁ କନ୍ଧମାଳ, ଫୁଲବାଣୀ ଅଞ୍ଚଳରୁ ଅଳ୍ପ ପରିମାଣର ଗଞ୍ଜେଇ ବସ୍‌ ଯୋଗେ ଆଣୁଥିଲେ। ତାହାକୁ ବିଭିନ୍ନ ବସ୍ତିରେ ଥିବା ଖୁଚୁରା ବେପାରୀଙ୍କୁ ଯୋଗାଉଥଲେ। ଲକ୍‌ଡାଉନ୍‌ ବେଳେ ବାବୁ ସହ ଗଞ୍ଜେଇ ବେପାର ପାଇଁ ଡିଲ୍‌ କରିଥିଲେ ଲିଟୁ। ଉଭୟଙ୍କ ବେପାର ଢେର ବଢ଼ିଥିଲା। ପରବର୍ତ୍ତୀ ସମୟରେ କାର୍‌ ଯୋଗେ ଗଞ୍ଜେଇ ଚାଲାଣ ଚାଲିଲା।

ପୂର୍ବ ଯୋଜନା ଅନୁଯାୟୀ ଲିଟୁ କନ୍ଧମାଳରୁ ଏକ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଓଆର୍‌୦୨-ବିଏସ୍‌୧୪୦୦ନଂ କାରରେ ଆଣି ଆଜି ସକାଳେ ବାଙ୍କୁଆଳ ନଦୀ ବନ୍ଧରେ ପହଞ୍ଚିଥିଲେ। ପୂର୍ବରୁ ସେଠାରେ ଓଡି୦୨-ବିଏଲ୍‌୬୬୩୨ନଂ କାରରେ ବାବୁ ଅପେକ୍ଷା କରିଥିଲେ। ଉଭୟ ୩ରୁ ୪ଜଣ ବେପାରୀଙ୍କୁ ଗଞ୍ଜେଇ ଯୋଗାଇ ସାରିଥିଲେ। କିନ୍ତୁ ଏ ସମ୍ପର୍କରେ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରି ଉଭୟଙ୍କୁ କାବୁ କରିଥିଲା। ପୋଲିସ ଅନ୍ୟ ବେପାରୀଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ