Masthead

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣକୁ ବିରୋଧ, ପର ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଅଙ୍ଗନୱାଡି କେନ୍ଦ୍ର ନିର୍ମାଣକୁ ବିରୋଧ କରିବାକୁ ନେଇ ଜନ ଅସନ୍ତୋଷ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦର ବ୍ଳକ ଅଧୀନସ୍ଥ ଓଡ଼ିଶୋ ପଞ୍ଚାୟତର ସାମନ୍ତରାପୁର ଗ୍ରାମରେ । ଏହି ଗ୍ରାମରେ ସାମନ୍ତରାପୁର (ଖ) ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ୨୦୨୩ ଓ ୨୦୨୪ ଆର୍ଥିକ ବର୍ଷରେ ପାଞ୍ଚ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମୂଲ୍ୟରେ ଏକ ଗୃହ ନିର୍ମାଣ ପାଇଁ ମଞ୍ଜୁରୀ କରାଯାଇଥିଲା ।

ଏହି ଅଙ୍ଗନୱାଡି ଗୃହ ନିର୍ମାଣ ନିମନ୍ତେ ସ୍ଥାନୀୟ ତହସିଲଦାର ଓ ଆରଆଇଙ୍କ ପକ୍ଷରୁ ସ୍ଥାନ ନିରୂପଣ କରାଯିବା ପରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ଏହି ନିର୍ମାଣ କାର୍ଯ୍ୟ ପଚାଶ ପ୍ରତିଶତ ସରିଯାଇଥିବା ବେଳେ ସେହି ଗ୍ରାମର କିଛି ଲୋକେ ରାଜନୈତିକ ଆକ୍ରୋଶ ରଖି ଉକ୍ତ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣକୁ ବିରୋଧ କରି ଗ୍ରାମ ମଝିରେ ଥିବା ଆଉ ଏକ ପୁରାତନ ଅର୍ଦ୍ଧ ନିର୍ମିତ ପୁରୁଣା ଘରକୁ ଅଙ୍ଗନୱାଡି କେନ୍ଦ୍ର କରିବାକୁ ଦାବି କରୁଥିବା ବେଳେ ଉକ୍ତ ଗ୍ରାମର ଶତ ପ୍ରତିଶତ ଲୋକେ ଏହି କେନ୍ଦ୍ର ଯେଉଁଠି ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇ ନିର୍ମାଣ କରାଯାଉଛି ସେଠି ହେବା ଦାବି କରୁଥିବାର ଦେଖା ଯାଇଛି ।

ତେବେ ଏହି ଗ୍ରାମର ଦୁଇ ଗୋଷ୍ଠୀଙ୍କ କଳି ଝଗଡାରେ କୋମଳମତି ଶିଶୁମାନଙ୍କର ବିକାଶ ପରିବର୍ତ୍ତେ ବିନାଶ ଆଡକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ଉପରେ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା