Masthead

ଘୁଞ୍ଚୁଛି ଭିନେଶ ଫୋଗଟଙ୍କ ପଦକ ଶୁଣାଣି, ୧୧ ପରିବର୍ତ୍ତେ ୧୩ରେ ଆସିବ ରାୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଘୁଞ୍ଚିଲା ଭିନେଶ ଫୋଗଟଙ୍କ ପଦକ ଶୁଣାଣି । ୧୩ ତାରିଖ ରାତି ୯ଟା ୩୦ରେ ହେବ ଭିନେଶଙ୍କ ଶୁଣାଣି । ୧୧ ପରିବର୍ତ୍ତେ ୧୩ ତାରିଖକୁ ଘୁଞ୍ଚିବା ନେଇ ସିଏଏସଙ୍କ ପକ୍ଷରୁ ସୂଚନା । ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ଭିନେଶ ଫୋଗଟ । ରେସଲର ଭିନେଶ ଫୋଗଟଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ମିଳିବ କି ? ୧୩ ତାରିଖରେ ଆସିବ ଫଇସଲା । କୋର୍ଟ ଅଫ ଆରବିଟ୍ରେସନ୍ ଫର୍ ସ୍ପୋର୍ଟସ୍ ୧୩ରେ ରାୟ ଶୁଣାଣି କରିବେ। ଗତକାଲି ରାୟ ଆସିବାର ଥିଲା । ତାହା ଆଜିକୁ ଘୁଞ୍ଚା ଯାଇଥିଲା। ପୁଣି ୧୩ ଘୁଞ୍ଚିଥିବା ଜଣା ପଡ଼ିଛି। ଆଜି ପ୍ୟାରିସ୍ ଅଲିମ୍ପିକ୍ସ ଶେଷ ହେଉଛି । ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ରାୟ ଆସିବ ବୋଲି ଆଶା କରାଯାଉଥିଲା । କିନ୍ତୁ ୧୩ କୁ ଘୁଞ୍ଚିଲା ।

ଆରବିଟ୍ରେଟର ଡକ୍ଟର ଆନାବେଲା ବେନେଟ୍ ରାୟ ଘୁଞ୍ଚାଇଛନ୍ତି । କ୍ରୀଡ଼ାକୁ ନେଇ କୌଣସି ବିବାଦୀୟ ମାମଲାରେ ଏହି କୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଥାଏ । ଶୁକ୍ରବାର ୩ ଘଣ୍ଟା ଧରି କାସରେ ଭିନେଶଙ୍କ ଆବେଦନର ଶୁଣାଣି ହୋଇଥିଲା । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ୫୦ କେଜି ବର୍ଗରେ ଖେଳୁଥିବା ଭିନେଶ ଫୋଗଟଙ୍କୁ ଫାଇନାଲ ପୂର୍ବରୁ ଡିସକ୍ବାଲିଫାଏ ଘୋଷଣା କରାଯାଇଥିଲା । ଏହା ବିରୋଧରେ କାସ୍ କୁ ଯାଇଛନ୍ତି ଭିନେଶ ଫୋଗଟ୍ । ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବାରୁ ରୌପ୍ୟ ଦାବି କରିଛନ୍ତି । ୟୁନାଇଟେଡ୍ ୱାର୍ଲଡ ରେସଲିଙ୍ଗ ଓ ଇଣ୍ଟରନେସନାଲ ଅଲିମ୍ପିକ୍ କମିଟି ବିରୋଧରେ କାସ୍ ର ଦ୍ବାରସ୍ଥ ହୋଇଛନ୍ତି ଭିନେଶ ଫୋଗଟ। ତାଙ୍କ ପାଇଁ କାସ୍ ରେ ମାମଲା ଲଢ଼ୁଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା