Masthead

ପାଣ୍ଡିଆନଙ୍କ ପାଇଁ ବିଜେଡିକୁ ଅନାସ୍ଥା ଚିନ୍ତା

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ବିଜେପିର ଚାଲ, ବିଜେଡିକୁ ଘାରିଲାଣି କୋକୁଆ ଭୟ । ରାଜ୍ୟ ରାଜନୀତିରେ ଲାଗିରହିଛି ଅନାସ୍ଥା ତାତି । ସରକାରରେ ପଟ୍ଟ ପରିବର୍ତ୍ତନ ପରେ ଶାସକ ଦଳ ପଦ୍ମ ଶିବିର ମୁହାଁ ଶଙ୍ଖଦଳର ପଞ୍ଚାୟତ ପ୍ରତିନିଧି । ପାଣ୍ଡିଆନଙ୍କ ପାଇଁ ବିଜେଡିର ଗୋଟେ ପରେ ଗୋଟେ ଲୋକ ପ୍ରତିନିଧି ଦଳକୁ କଲେଣି ବାଏ ବାଏ । ବିଧାନସଭା ହାତେଇବା ପରେ ପଞ୍ଚାୟତ ସ୍ତରକୁ ଦଖଲ କରିବା ପାଇଁ ବିଜେପିର ରଣନୀତି ଚୂଡାନ୍ତ । ରାଜ୍ୟର କୋଣ ଅନୁକୋଣରୁ ଆସିଲାଣି ଅନାସ୍ଥାର ଚିତ୍ର । ଯାହାକୁ ନେଇ ଚିନ୍ତାରେ ବିଜେଡି ଶିବିର । ଏହାରି ଭିତରେ ଆସନ୍ତା ୨୨ରିଖରେ ହେବାକୁ ଯାଉଛି ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପନିର୍ବାଚନ । ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ୧ଟେ ଉପାଧ୍ୟକ୍ଷ ପାଇଁ ହେବ ନିର୍ବାଚନ । ବିଜେପି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି ଆମ ସରକାର ପ୍ରତି ଜନତା ଓ ଜନ ପ୍ରତିନିଧିଙ୍କ ରହିଛି ଭରଷା । ସେମାନେ ବିଜେପି ପ୍ରତି ଆକୃଷ୍ଟ ହୋଇ ସାମିଲ ହେବାକୁ ଆଗେଇ ଆସୁଛନ୍ତି । ୨୪ବର୍ଷର ବିଜେଡିର କଳଙ୍କିତ ଅଧ୍ୟାୟକରେ ସେମାନେ ଅତିଷ୍ଟ ।

ଆମକୁ କାହାକୁ ଆଣିବାକୁ ପଡୁନି ପଞ୍ଚାୟତ ପ୍ରତିନିଧି ମାନେ ହିଁ ନିଜସ୍ୱ ବିଜେପିକୁ ଆସୁଛନ୍ତି ।ବିଜେଡି ଯେଉଁ ଟଙ୍କାର ଅଭିଯୋଗ କରୁଛି ନିଜେ ତାର ସମୀକ୍ଷା କରୁ । ଅନାସ୍ଥାରେ ବିଜେପି ଶକ୍ତ ହେଉଥିବା ବେଳେ ବିଜେଡି ଚିହିଁକି ଉଠିଛି ଚିହିଁକି । ହାତରୁ ଗୋଟେ ପରେ ଗୋଟେ ପଞ୍ଚାୟତ ପ୍ରତିନିଧି ଖସୁ ଥିବା ବେଳେ ଦଳର ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଯେଉଁ ମାନଙ୍କର ଅର୍ଥ ଓ କିଛି ର୍ଦୁବଳତା ରହିଛି ସେମାନେ ଦଳ ପରିବର୍ତ୍ତନ କରୁଛନ୍ତି । କିନ୍ତୁ ବିଜେଡିର କିଛି ହେବାର ନାହିଁ । ପଞ୍ଚାୟତ ନିର୍ବାଚନକୁ ଆହୁରି ସମୟ ରହିଥିବା ବେଳେ ବି ରାଜ୍ୟ ରାଜନୀତିରେ ଲାଗିଲାଣି ଗାଁ ଭୋଟ ନିଆଁ । ସରକାରରେ ଆସୁ ଆସୁ ବିଜେପି ପାଇଁ ବଢିଲାଣି ଆଦର । ଶଙ୍ଖ ଛାଡି ପଦ୍ମ ମୁହାଁ ନେତା । ବିଜେଡି ଆଣିଲା ଅର୍ଥ କରବାର କଥା, ବିଜେଡିକୁ ସେହି ଅଭିଯୋଗରେ ଛନ୍ଧିଲା ବିଜେପି । ପାଣ୍ଡିଆନ ବିଜେଡି ପାଇଁ କରିଥିଲେ ଚାଲ ସେହି ଗତରେ ଏବେ ପଡୁଛି ଶଙ୍ଖ ଦଳ । ଆଗକୁ ଆଗକୁ ଅନାସ୍ଥା ପାଇଁ ଲମ୍ବା ଲାଇନରେ ଥିବା ଅନ୍ୟ ପଞ୍ଚାୟତକୁ କିଏ କରୁଛି ଦଖଲ ତାହାକୁ ଦେଖିବାକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ