Masthead

ଏମଜିଏନଆରଇଜିଏସ କାର୍ଯ୍ୟରେ ଦୁର୍ନୀତି

ଚିଲିକା, (ବଡ଼ ଖବର ବ୍ୟୁରୋ): ଗାଁ ହେଉଛି ଦେଶର ଆତ୍ମା। ଗାଁର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ଗାଁରେ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। କିନ୍ତୁ ସେ ଯୋଜନାଗୁଡ଼ିକ କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବା ପାଇଁ କାହାର ନିଘା ନାହିଁ।
ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଏମଜିଏନଆରଇଜିଏସ କାର୍ଯ୍ୟକୁ ନେଇ ସାଙ୍ଘାତିକ ଅଭିଯୋଗ ଆସିଛି। ସୂଚନା ଅନୁସାରେ ଚିଲିକା ବ୍ଲକ ହରିପୁର ପଞ୍ଚାୟତ ପରବଳ ଗ୍ରାମରେ ଥିବା ଉତ୍ତରାୟଣୀ ମନ୍ଦିରଠାରୁ ଅଙ୍ଗନବାଡ଼ି କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତା ଏହି ଯୋଜନାରେ ଅନ୍ତର୍ଭୁକ୍ତ। ୨୦୧୯-୨୦ରେ ମୋରମ ରାସ୍ତା ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିଲା। କିନ୍ତୁ ଏଯାବତ କୌଣସି କାର୍ଯ୍ୟ ହୋଇନାହିଁ। ସବୁଠାରୁ ବଡ଼ କଥା ହେଉଛି କାମ ନ କରି ଆଗୁଆ ୭୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବିଲ୍ କରି ନେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ପଞ୍ଚାୟତ କର୍ମଚାରୀଙ୍କୁ ପଚାରିବାରୁ ସେ ସରପଞ୍ଚଙ୍କୁ ପଚାରି କହିବେ ବୋଲି କହିଛନ୍ତି। କାର୍ଯ୍ୟରେ ନିୟୋଜିତ ହୋଇଥିବା ବା ମଷ୍ଟର ରୋଲରେ ନାମ ଥିବା ଲୋକଙ୍କୁ ପଚାରିବାକୁ ସେମାନେ ଏହି କାର୍ଯ୍ୟ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି। ଯଦି ମଷ୍ଟର ରୋଲରେ ସମ୍ପୃକ୍ତ ଥିବା ଲୋକ କାର୍ଯ୍ୟ କରିନାହାନ୍ତି ତେବେ ଟଙ୍କା କିଏ ନେଇଛି ତାହା ଏବେ ବଡ଼ ପ୍ରଶ୍ନ। ଏହାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ। ଚିଲିକା ବିଡିଓଙ୍କୁ ଏ ସମ୍ପର୍କରେ ଅବଗତ କରିବା ପରେ ସେ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା