Masthead

ଏମଜିଏନଆରଇଜିଏସ କାର୍ଯ୍ୟରେ ଦୁର୍ନୀତି

ଚିଲିକା, (ବଡ଼ ଖବର ବ୍ୟୁରୋ): ଗାଁ ହେଉଛି ଦେଶର ଆତ୍ମା। ଗାଁର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ଗାଁରେ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। କିନ୍ତୁ ସେ ଯୋଜନାଗୁଡ଼ିକ କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବା ପାଇଁ କାହାର ନିଘା ନାହିଁ।
ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଏମଜିଏନଆରଇଜିଏସ କାର୍ଯ୍ୟକୁ ନେଇ ସାଙ୍ଘାତିକ ଅଭିଯୋଗ ଆସିଛି। ସୂଚନା ଅନୁସାରେ ଚିଲିକା ବ୍ଲକ ହରିପୁର ପଞ୍ଚାୟତ ପରବଳ ଗ୍ରାମରେ ଥିବା ଉତ୍ତରାୟଣୀ ମନ୍ଦିରଠାରୁ ଅଙ୍ଗନବାଡ଼ି କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତା ଏହି ଯୋଜନାରେ ଅନ୍ତର୍ଭୁକ୍ତ। ୨୦୧୯-୨୦ରେ ମୋରମ ରାସ୍ତା ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିଲା। କିନ୍ତୁ ଏଯାବତ କୌଣସି କାର୍ଯ୍ୟ ହୋଇନାହିଁ। ସବୁଠାରୁ ବଡ଼ କଥା ହେଉଛି କାମ ନ କରି ଆଗୁଆ ୭୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବିଲ୍ କରି ନେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ପଞ୍ଚାୟତ କର୍ମଚାରୀଙ୍କୁ ପଚାରିବାରୁ ସେ ସରପଞ୍ଚଙ୍କୁ ପଚାରି କହିବେ ବୋଲି କହିଛନ୍ତି। କାର୍ଯ୍ୟରେ ନିୟୋଜିତ ହୋଇଥିବା ବା ମଷ୍ଟର ରୋଲରେ ନାମ ଥିବା ଲୋକଙ୍କୁ ପଚାରିବାକୁ ସେମାନେ ଏହି କାର୍ଯ୍ୟ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି। ଯଦି ମଷ୍ଟର ରୋଲରେ ସମ୍ପୃକ୍ତ ଥିବା ଲୋକ କାର୍ଯ୍ୟ କରିନାହାନ୍ତି ତେବେ ଟଙ୍କା କିଏ ନେଇଛି ତାହା ଏବେ ବଡ଼ ପ୍ରଶ୍ନ। ଏହାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ। ଚିଲିକା ବିଡିଓଙ୍କୁ ଏ ସମ୍ପର୍କରେ ଅବଗତ କରିବା ପରେ ସେ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର