Masthead

ମିଳୁନି ପାଣି , ଗରା ବାଲଟିି ଧରି ରାସ୍ତାରେ ମହିଳା

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ଖାଲି ହାଣ୍ଡି ଧରି ରାସ୍ତାରେ ବସିଲେ ମହିଳା, ଆଶ୍ୱାସନା ପରେ ଫେରିଲା ଶାନ୍ତି । ପାନୀୟ ଜଳ ସମସ୍ୟାକୁ ନେଇ ନାରାୟଣପାଟଣାର ଖଣ୍ଡିଆ, ପଥର ଓ ଦେଉଳ ସାହିରେ ଉତ୍ତେଜନା । ଦୀର୍ଘ ଦିନ ଧରି ଖଣ୍ଡିଆ, ପଥର ଓ ଦେଉଳ ସାହିକୁ ପାଣି ଯୋଗାଣ ହେଉନଥିବାରୁ ଅତିଷ୍ଠ ହୋଇପଡ଼ିଥିବା ମହିଳାମାନେ ଖାଲି ହାଣ୍ଡି ଧରି ରାସ୍ତା ଉପରେ ଧାରଣାରେ ବସିଥିଲେ। ଏହା ଫଳରେ କିଛି ସମୟ ପାଇଁ ରାସ୍ତାରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା। ଧାରଣାକାରୀ ମହିଳାମାନଙ୍କ ଅଭିଯୋଗ ଥିଲା ଯେ, ସାହିରେ ଥିବା ପାଣି ପାଇପ୍ ଯୋଗେ ନିୟମିତ ଭାବେ ପାଣି ଆସୁନଥିବାରୁ ଦୈନନ୍ଦିନ ଜୀବନ ବ୍ୟାହତ ହେଉଛି।

ପାଣି ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଥିବାରୁ ସେମାନେ ତୁରନ୍ତ ସମାଧାନ ଦାବି କରିଥିଲେ। ଖବର ପାଇ ପାନୀୟ ଜଳ ବିଭାଗର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ ପାଇପ୍‌ଲାଇନରେ କୌଣସି ତ୍ରୁଟି ନାହିଁ। ପମ୍ପ ଚାଳକ କାହିଁକି ପମ୍ପ ଚଲୁ କରୁନାହାନ୍ତି, ସେ ସମ୍ପର୍କରେ ତଦନ୍ତ କରାଯାଇ ଯଥାଶୀଘ୍ର ପାଣି ଯୋଗାଣ ସ୍ୱାଭାବିକ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ବେହେରାଙ୍କ ଆଶ୍ୱାସନା ପରେ ଧାରଣାରତ ମହିଳାମାନେ ନିଜ ନିଜର ଖାଲି ହାଣ୍ଡି ନେଇ ଘରକୁ ଫେରିଥିଲେ। ତେବେ ଶୀଘ୍ର ସମସ୍ୟାର ସମାଧାନ ନ ହେଲେ ପୁଣି ଆନ୍ଦୋଳନ ତୀବ୍ର କରାଯିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ସତର୍କ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’