Masthead

କୋଟିଏ ଟଙ୍କାରୁ ଅଧିକ ଖର୍ଚ୍ଚ, ବର୍ଷେ ପୁରିଲାନି ଟାଙ୍କି ଫାଟି ମେଲା

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ବର୍ଷ ବର୍ଷ ଧରି ପାନୀୟଜଳ ବ୍ୟବସ୍ଥାରେ ସୁଧାର ଆସି ପାରୁନାହିଁ। ଏହି ବ୍ଲକରେ ରହିଥିବା ୧୬ ଟି ଯାକ ପଞ୍ଚାୟତରେ ପାନୀୟ ଜଳର ସମସ୍ୟା ଥିବା ବେଳେ ସବୁଠାରୁ ଅଧିକ ସମସ୍ୟା ଭୋଗୁଛନ୍ତି ଏହି ବ୍ଲକର ଶିଖର ପଞ୍ଚାୟତବାସୀ। ଏହି ପଞ୍ଚାୟତରେ ମୋଟ ଲୋକ ସଂଖ୍ୟା ୬ ହଜାରରୁ ଅଧିକ ହୋଇଥିବା ବେଳେ ପୂର୍ବରୁ ପଞ୍ଚାୟତବାସୀଙ୍କୁ ପାନୀୟଜଳ ଯୋଗାଇ ଦେବାକୁ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ସାଳିଜଙ୍ଗା ଠାରେ ରହିଥିଲା ଏକମାତ୍ର ଉଚ୍ଚତମ ପାଣି ଟାଙ୍କି।

ଯେଉଁଥିରୁ ସମ୍ପୂର୍ଣ୍ଣ ପଞ୍ଚାୟତକୁ ଜଳ ଯୋଗାଣ କରିବା ବିଭାଗ ପାଇଁ ସମ୍ଭବପର ନହେବାରୁ ଲୋକମାନଙ୍କ ଅଭିଯୋଗ କ୍ରମେ ଗତବର୍ଷ ବିଭାଗ ପକ୍ଷରୁ ଏହି ପଞ୍ଚାୟତରେ ନୂତନ ଭାବେ ସାରେଇକୁଳ, ସାଳିଜଙ୍ଗା ଓ ବିଲିପଡ଼ା ଠାରେ ତିନୋଟି ନୂତନ ପଣିଟାଙ୍କି ନିର୍ମାଣ କରାଗଲା। ପ୍ରତ୍ୟେକ ପାଣି ଟାଙ୍କିରେ କୋଟିଏରୁ ଅଧିକ ସରକାରୀ ଅର୍ଥ ଖର୍ଚ୍ଚ କରା ଯାଇଥିବା ବେଳେ ସାରେଇକୂଳ ଠାରେ ନିର୍ମାଣ କରାଯାଇଥିବା ପ୍ରକଳ୍ପଟି ମାତ୍ର ୧ବର୍ଷ ମଧ୍ୟରେ ଏବେ ପୁରା ଅଚଳ।

ସରକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଏହି ପାଣି ଟାଙ୍କିରେ ଏବେ ଦେଖିବାକୁ ମିଳୁଛି ବଡ଼ ବଡ଼ ଫାଟ। ମଟର ଚାଲିଲେ ମଧ୍ୟ ଟାଙ୍କିଟି ଏବେ ଜଳ ଧାରଣ କରିବା କ୍ଷମତା ବାହାରେ। ଫଳରେ ଗ୍ରାମବାସୀ ଏବେବି ସ୍ଵଚ୍ଛ ନିର୍ମଳ ପିଇବା ପାଣି ମୁନ୍ଦେ ପାଇବାରୁ ବଞ୍ଚିତ। ତେବେ ନିମ୍ନମାନର ଟାଙ୍କି କାର୍ଯ୍ୟ ପାଇଁ ଠିକାଦାର ଓ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିଖର ପଞ୍ଚାୟତବାସୀ ଦାବି ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ