Masthead

ଜଳସେଚନ ପ୍ରକଳ୍ପକୁ ବିରୋଧ କରି ତେଲକୋଇ ବନ୍ଦ

ବାଂଶପାଳ (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଏବଂ ଅନୁଗୁଳ ଜିଲ୍ଲାର ସୀମାନ୍ତ ପଞ୍ଚାୟତ କରଦାଙ୍ଗିର ଚକଧର ଠାରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ବ୍ୟାରେଜକୁ ବିରୋଧ କରି ଆଜି ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ତେଲକୋଇ ବ୍ଲକର ସମସ୍ତ ପଞ୍ଚାୟତରୁ ହଜାର ହଜାର ସଂଖ୍ୟକ ଲୋକ ତେଲକୋଇ ବଜାରକୁ ଆସି ବନ୍ଦକୁ ସମର୍ଥନ କରିଛନ୍ତି। ତେଲକୋଇ ଅଞ୍ଚଳର ବିଭିନ୍ନ ସଂଗଠନମାନେ ଏହି ବନ୍ଦକୁ ସମର୍ଥନ କରିବା ସହ ସମସ୍ତ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି।

ଏହି ବନ୍ଦରେ ତେଲକୋଇକୁ ଯିବା ଆସିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଥିବା ବେଳେ ପିକେଟିଂ କରାଯାଇ ଦୋକାନ ଓ ସମସ୍ତ କାର୍ଯ୍ୟାଳୟ ବନ୍ଦ କରାଯାଇଛି। ତେଲକୋଇର ଚାରିଗଡ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ବଜାର ଅଞ୍ଚଳ ଦେଇ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ” ଗାଁ ବଞ୍ଚାଅ, ଜମି ବଞ୍ଚାଅ, ଜଙ୍ଗଲ ବଞ୍ଚାଅ ” ସ୍ଲୋଗାନ ଦେଇ ଶୋଭାଯାତ୍ରା କରାଯାଇଛି। ତେବେ ଏହି ଆନ୍ଦୋଳନ ସମୟାନୁକ୍ରମେ ବୃଦ୍ଧି ପାଇବାରେ ଲାଗିଛି।

ଏହି ଚକ୍ରଧର ପ୍ରକଳ୍ପକୁ ବିରାଳମୁଣ୍ଡା ନାମ ଦେଇ ତେଲକୋଇର ଜନ ସାଧାରଣଙ୍କୁ ପ୍ରତାରିତ କରାଯାଉଥିବା ଅଭିଯୋଗ କରିଛନ୍ତି ତେଲକୋଇବାସୀ । ପ୍ରକଳ୍ପ ବନ୍ଦ ନହେଲେ ଆଗାମୀ ଦିନ ରେ ୪୯ ନମ୍ବର ଜାତୀୟରାଜପଥ ଅବରୋଧ କରାଯିବ ଏବଂ ଆବଶ୍ୟକ ପଡିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଶନ କରାଯିବ ବୋଲି ସମାକୋଇ ଚକଧର ସମନ୍ବୟ କମିଟିର ସଭାପତି କୈଳାସ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ