ଏସିଆନ୍ କମ୍ଵାର୍ଟ ଚାମ୍ପିୟନସିପର ରେସଲିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ

ପୁରୀ (ବଡ଼ ଖବର ବ୍ୟୁରୋ): ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ । ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଆୟୋଜିତ ସାଉଥ୍ ଏସିଆନ୍ କମ୍ଵାର୍ଟ ଚାମ୍ପିୟନସିପର ରେସଲିଂ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ଝିଅ ପିଙ୍କି ନାୟକଙ୍କୁ ଅଭିନନ୍ଦନ । ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଆୟୋଜିତ ସାଉଥ୍ ଏସିଆନ୍ କମ୍ଵାର୍ଟ ରେସଲିଂ ଚାମ୍ପିଅନ୍ସିପରେ ସ୍ଵର୍ଣ୍ଣ ପଦକ ଜିତି ଓଡ଼ିଶା ଓ ଭାରତ ପାଇଁ ଗର୍ବ ଆଣିଛନ୍ତି ପିଙ୍କି ନାୟକ । ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେରାଣ୍ଡିପୁର ଗୌଡ ସାହିର ବାବୁଲି ନାୟକ ଏବଂ ସୁଲୋଚନା ନାୟକଙ୍କ ଝିଅ ପିଙ୍କି ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର କ୍ରୀଡା ନୈପୁଣ୍ୟତା ପ୍ରତିପାଦିତ କରିଛନ୍ତି ।

ପିଙ୍କିଙ୍କର ସ୍ଵପ୍ନ ଥିଲାସେ ଦିନେ ଓଡ଼ିଶା ପାଇଁ ଖେଳିବେ ଏବଂ ଜାତୀୟ ସ୍ତରରେ ନିଜ ରାଜ୍ୟକୁ ପ୍ରତିନିଧିତ୍ଵ କରିବେ । ଏବେ ସେ ସ୍ଵପ୍ନ ସାକାର ହେବା ସହ ଆନ୍ତର୍ଜାତୀୟ ସ୍ତରରେ ସ୍ଵର୍ଣ୍ଣ ପଦକ ଜିତିବା ପରେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଅଲମ୍ପିକରେ ଦେଶକୁ ପ୍ରତିନିଧିତ୍ଵ କରିବା । ପିଙ୍କିଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’