Masthead

ଗଭର୍ଣ୍ଣରରେ ମନ ନାହିଁ, ନିର୍ବାଚନ ଲଢିବେ ରଘୁବର!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜଭବନରେ ମନ ନାହିଁ । ପୁଣି ଇଚ୍ଛା ହେଲାଣି ବିଧାନସଭା । ନିର୍ବାଚନ ଲଢିବାକୁ ମନ ବଳେଇଲେଣି ଭେଟେରାନ ନେତା । ଝାରଖଣ୍ଡବାସୀଙ୍କ ସ୍ୱର ହେବାକୁ ପୁଣି ଅଣ୍ଟା ଭିଡ଼ିଲେଣି ଓଡ଼ିଶା ରାଜ୍ୟପାଳ ରଘୁବର ଦାସ । ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଏବେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହାକୁ ନେଇ ଓଡ଼ିଶା ସହ ଝାରଖଣ୍ଡରେ ଏବେ ରାଜନୀତି ସରଗରମ ହୋଇଛି । ସକ୍ରିୟ ରାଜନୀତିକୁ ଫେରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ନିର୍ବାଚନ ଲଢିବା ନେଇ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି । ଜାମସେଦପୁରର ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏନେଇ ଇଙ୍ଗିତ କରିଛନ୍ତି ରଘୁବର ଦାସ ।

ରାଜନୀତିକୁ ଫେରିବା ନେଇ ସେ ପ୍ରସ୍ତୁତ ହେଉଥିବା ବେଳେ ଝାରଖଣ୍ଡର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏସବୁରୁ ପ୍ରମାଣିତ ହେଉଛି ଯେ ପୁଣି ଥର ମଇଦାନକୁ ଏଣ୍ଟ୍ରି ମାରିପାରନ୍ତି ରଘୁବର ଦାସ । ରଘୁବର ପୂର୍ବରୁ ୫ ଥର ବିଧାୟକ ଥିଲେ । ୨୦୧୯ରେ ନିର୍ବାଚନ ଲଢିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ସରାୟୁ ରାୟଙ୍କ ଠାରୁ ପରାସ୍ତ ହୋଇଥିଲେ । ଓବିସି ବର୍ଗଙ୍କୁ ବିଜେପିରେ ସାମିଲ କରିବା ପାଇଁ ଶୀର୍ଷ ନେତୃତ୍ୱ ବିଚାରବିମର୍ଶ ଚାଲିଥିବା ଆଲୋଚନା ହେଉଛି । ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ୫ରେ ଶେଷ ହେବ । ଏନେଇ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ