Masthead

ମୋଦିଙ୍କ ଗସ୍ତ ପାଇଁ ଲାଗୁ ହେବ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଗସ୍ତକୁ ନେଇ ଆଜି ହେବ କାରକେଡ ରହିଲସଲ । ବିମାନବନ୍ଦରରୁ ଜନତା ମଇଦାନ ଯାଏ ହେବ ରହିଲସଲ । ତେବେ ବିମାନବନ୍ଦରରୁ ଜୟଦେବ ବିହାର ହୋଇ ଜନତା ମଇଦାନ ଯିବେ । ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ୍ ଟ୍ରାଫିକ କଟକଣା ଜାରି କରିଛି । ଆସନ୍ତାକାଲି ସକାଳ ୭ଟା ୩୦ ମିନିଟରୁ ଅପରାହ୍ନ ୩ଟା ମଧ୍ୟରେ ଏହି ଟ୍ରାଫିକ କଟକଣା ଲାଗୁ ହେବ ।

କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା । ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ ବଳବତ୍ତର ରହିବ କଟକଣା । ଜୟଦେବ ବିହାର ଛକ ଠାରୁ ନାଲକୋ ଛକ ଓ ନାଲକୋ ଛକରୁ ଜୟଦେବ ବିହାର ମଧ୍ୟରେ ଓ ଏହାକୁ ଯୋଗାଯୋଗ କରୁଥିବା ଗଳି ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ । ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ଡମଣା ଛକରୁ ବାମ ମୋଡ ନେଇ ଗୁରୁ କେଳୁଚରଣ ପାର୍କ- ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ୟ୍ୟ ବିହାର ଯାଇପାରିବେ କିମ୍ବା ଶିଖରଚଣ୍ଡୀ-ପଥରଗାଡିଆ-ଡିଏନ ସ୍କୁଲ- କଳିଙ୍ଗ ଷ୍ଟୁଡିଓ ଛକ-ଫାୟାର ଷ୍ଟେସନ ଛକ ଦେଇ ଯାଇପାରିବେ । ଜରୁରୀକାଳୀନ ସେବା ଦମକଳ, ଆମ୍ବୁଲାନ୍ସ ପାଇଁ ଏହି କଟକଣା ଲାଗୁ ହେବନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ଜନତା ମଇଦାନ କାର୍ଯ୍ୟକ୍ରମରେ ଯୋଗଦେଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା । ସୁରକ୍ଷାରେ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ୧୧ଜଣ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି ଓ ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଦାୟିତ୍ୱରେ ରହିବେ । ବିମାନବନ୍ଦରରୁ ଜନତା ମୈଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ରହିବ । ବ୍ୟାପକ ମହିଳା ପୋଲିସ କର୍ମଚାରୀଙ୍କ ସହ ସାଦା ପୋଷାକରେ ରହିବେ ପୋଲିସ୍ । ସେହିପରି ମୋଦିଙ୍କ ଗସ୍ତବେଳେ ଓଡ୍ରାଫ ଏବଂ ୬ କମ୍ପାନୀ ସିଆରପିଏଫ୍ ମଧ୍ୟ ମୁତୟନ ରହିବେ । ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ବି ପୋଲିସ ମୁତୟନ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ