Masthead

ଛାନିଆ ନବୀନ-ପାଣ୍ଡିଆନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ଘାରିଛି କୋକୁଆ ଭୟ । ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଛାଡି ଏବେ ଶଙ୍ଖ ଭବନ ମୁହାଁ । ଖାଲି ସିଏ ନୁହନ୍ତି ତାଙ୍କ ଅଣଓଡିଆ ନେତା ଭୈରବ ପାଣ୍ଡିଆନ ବି ବିଜେଡିକୁ ନେଇ କିଛି ନୂଆ ରଣନୀତି ପ୍ରସ୍ତୁତ କଲେଣି । କାହିଁକି ନାଁ ଦଳ ରାଜ୍ୟରେ ଦୀର୍ଘ ୨୪ ବର୍ଷରୁ ଅଧିକ ସମୟ ଧରି ସରକାରରେ ରହିଆସିଛି । ୨୦୨୪ ନିର୍ବାଚନରେ କିନ୍ତୁ ବିଜେଡିର ମେରୁଦଣ୍ଡ ଭଙ୍ଗି ଯାଇଛି । ଶାସନ କ୍ଷମତାରୁ ଗାଦିଚୁ୍ୟତ ହୋଇଛି । ଦଳରେ ଏବେ ବିଧାୟକ ୫୧ ବିଧାୟକ ଅଛନ୍ତି । ବିଧାନସଭାରେ ଶାସକ ଆସନରୁ ଆସି ବିରୋଧୀ ସ୍ଥାନ ଅଳକୃତ କରିଛି ବିଜେଡି । ଆଉ ଇଲେକ୍ସନରେ ବଡ ବିପର୍ଯ୍ୟକୁ ସାଙ୍ଗକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲୋକପ୍ରିୟତାକୁ ସହଜରେ ଗ୍ରହଣ କରିପାରୁନାହିଁ । ୧୦୦ ଦିନରେ ବିଜେପି ସରକାର ଯେ ପରି ଭାବେ ରାଜ୍ୟରେ ସକ୍ରିୟ ହୋଇ ଲୋକଙ୍କ ସରକାର ଭାବେ ସହଯୋଗର ହାତ ବଢାଇ ଚାଲିଛି ତାକୁ ନେଇ ବିଜେଡିର ଭବିଷ୍ୟତ ଏବେ ଚିନ୍ତାରେ ।

ନିର୍ବାଚନ ସମୟରେ ନବୀନଙ୍କ ସ୍ଥାନରେ ନିଜକୁ ସବୁ କିଛି ଭାବି ବିଜେଡିର ମଙ୍ଗ ଧରିଥିବା ପାଣ୍ଡିଆନଙ୍କୁ ନେଇ କ୍ଷୁବ୍ଧ ଦଳୀୟ ନେତା । କିଏ ଦଳ ଛାଡି ବର୍ଷିଲାଣି ତ ଆଉ କିଏ ଦଳରେ ରହି ଗର୍ଜନ କଲାଣି । ଖାଲି ନେତା ନୁହନ୍ତି ଏ ରାସ୍ତାରେ ଏବେ ନିର୍ବାଚିତ ଜନ ପ୍ରତିନିଧି ମଧ୍ୟ । ଯାହା ପାଇଁ ଘାରିଛି ସଂଗଠନ ଚିନ୍ତା । ଯିଏ ନବୀନ ନିବାସକୁ ସବୁ କିଛି ଭାବି ଦେଇ ସେଠାରେ ବୈଠକ, ଦାୟୁତ୍ୱ ଓ ସରକାର ପରିଚାଳନା କରୁଥିଲେ ଅନ୍ୟ ଜଣଙ୍କ ଇଶାରାରେ ସେ ଏବେ ନିଜ ପାର୍ଟି ଅଫିସରେ । ଜିଲ୍ଲାରୁ ବ୍ଲକ ସ୍ତରର ନେତାଙ୍କୁ ଡକାଇ ଏକଜୁଟ ହୋଇ ରହିବାକୁ ଦେଉଛନ୍ତି ପରାମର୍ଶ । ଯିଏ ଦିନେ ନେତାଙ୍କୁ ଚିହ୍ନିବାକୁ ଆବଶ୍ୟକ ମଣୁ ନଥିଲେ ସେ ମୁଣ୍ଡ ନୁଆଇବା ଆରମ୍ଭ କରିଦେଇଛନ୍ତି । ମନରେ ଆଶା ବାନ୍ଧିବା ପାଇଁ କରୁଛନ୍ତି ମନ୍ତ୍ରଣା ।

ଆମେ ସରକାରକୁ ଫେରିବା କହି ନେତାଙ୍କୁ ଆଶା ଦେଖାଉଛନ୍ତି । କିନ୍ତୁ ପାଣ୍ଡିଆନ ଯେ ଦଳ ପରାଜୟ ପଛର ମୁଖ୍ୟ କାରଣ ସେ ଏପର୍ଯ୍ୟନ୍ତ ସ୍ୱୀକାର କରୁନାହାନ୍ତି । ଦଳ ପରାଜିତ ହେବା ପରେ ଶଙ୍ଖ ଭବନରେ ଚାଲିଛି ଜିଲ୍ଲାୱାରୀ ବୈଠକ । ନେତା ହାରିବା ପଛର କାରଣ କହୁଛନ୍ତି । ନବୀନ ସବୁ ଶୁଣି ଭରସା ଦେଉଛନ୍ତି । ବୈଠକରେ ନେତା ଯେଉଁ ଭଳି ଭାବେ ଅସନ୍ତୋଷ ଝାଡୁଛନ୍ତି ସେଥିରୁ ନବୀନ ଜାଣି ସରିଲେଣି ଯେ ଆଗକୁ ଦଳ କ୍ଷତିରେ ପଡ଼ିପାରେ । ହେଲେ ଏହାକୁ ପେଚ୍ ପକାଇବା ପାଇଁ ଏବେ ମନ୍ତ୍ରଣା ଆରମ୍ଭ ହୋଇସାରିଛି । କିଛି ନେତା ତ କହିଲେଣି କଂଗ୍ରେସ ସହ ହାତ ମିଳାଇ ସରକାର ପୁଣି ଗଢିବୁ । ଦଳର ସୁପ୍ରିମୋଙ୍କୁ ଏବେ ଏହି ଚିନ୍ତା ଯେ ନେତାଙ୍କୁ ମନାଇବେ ନା ପାଣ୍ଡିଆନଙ୍କୁ ପୁଣି ସର୍ବେସର୍ବା କରିବେ । ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ