Masthead

କାମ ସରିଛି, ବିଲ୍ ହେଉନି

ଖଇରା, (ବଡ଼ ଖବର ବ୍ୟୁରୋ): ବାଟ ହୁଡୁଛି ସରକାରୀ ଯୋଜନା । କନିଷ୍ଠ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ ଲାଗି ଅସୁବିଧାର ସମ୍ନୁଖୀନ ହେଉଛନ୍ତି ଠିକାଦାର । କାର୍ଯ୍ୟାଦେଶ ନିଜ ନାମରେ ରଖି ଠିକାଦାରଙ୍କୁ ଡରାଉଛନ୍ତି ଜେଇ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରୁ ଆସିଛି ଏଭଳି ସଙ୍ଗିନ ଅଭିଯୋଗ । ଲତାରଡାଙ୍ଗ ପଞ୍ଚାୟତ ମିର୍ଜାପୁର ଦେଉଳସାହିରେ ନିର୍ମାଣ କରାଯାଇଥିବା ଅଙ୍ଗନୱାଡି କେନ୍ଦ୍ର ଗୃହ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ବିଲ ହୋଇନାହିଁ । ଯାହାକୁ ନେଇ ଠିକାଦାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅଙ୍ଗନୱାଡି ଗୃହ ନିର୍ମାଣ ଲାଗି ୮ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର ହୋଇଛି । ଜେଇଙ୍କ ନିର୍ଦ୍ଦେଶକ୍ରମେ ଠିକ ସମୟରେ ଅର୍ଥାତ୍ ଫେବୃଆରୀରୁ ଛାତ ପଡ଼ିବା ସହ ଗୃହ କାମ ସମାପ୍ତ ହୋଇଥିଲେ ସୁଦ୍ଧା ଏଯାବତ ଫାଇନାଲ ବିଲ ହୋଇନାହିଁ । ଜେଇଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ସୁଫଳ ମିଳିନାହିଁ । କେବଳ ଏହି ଅଙ୍ଗନୱାଡି କେନ୍ଦ୍ର ଗୃହ ନୁହେଁ ଏପରି ଅନେକ କାର୍ଯ୍ୟ ସମ୍ପନ୍ନ ହୋଇଥିଲେ ମଧ୍ୟ ବିଲ ହେଉ ନ ଥିବା ଅଭିଯୋଗ ହେଉଛି । ଏପରି କି ଗୁହାଳ ଗୃହ କରିଥିବା ଲୋକେ ମଧ୍ୟ ବିଲ ପାଉ ନ ଥିବା କହିଛନ୍ତି ।

ଖଇରା ବ୍ଲକର ୩୭ ପଞ୍ଚାୟତରେ ୭ ଜେଇ ଅଛନ୍ତି । ଦୀର୍ଘବର୍ଷ ହେବ ଏମାନେ ଏହି ବ୍ଲକରେ କାମ କରିଆସୁଛନ୍ତି । ଦୀର୍ଘ ସମୟ ରହିବାରୁ ମନମୁଖି କାର୍ଯ୍ୟ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । କନିଷ୍ଠଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ ଲାଗି ବ୍ଲକରେ ଉନ୍ନତି ମୂଳକ କାମ ଠପ ହେବାକୁ ବସିଲାଣି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼