Masthead

କାହା ଶିବିରକୁ କିଏ ମାରିବ ଲମ୍ଫ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତିରେ ଘଟିବ କି କରିସ୍ମା? ତିନି ମାସରେ ହେବ କି ହଲଚଲ? କାହା ଶିବିରକୁ କିଏ ମାରିବେ ଲମ୍ଫ? ତାକୁ ନେଇ ରାଜ୍ୟ ରାଜନୀତିରେ ତର୍କବିତର୍କ । ନେତା କରିବେ କି ବିସ୍ଫୋରଣ? ପଦ୍ମ ଦଳକୁ ବଳ ଯୋଗାଇଛି ପୋଷ୍ଟର ବଏ ମୋଦୀଙ୍କ ଡେଡ୍ ଲାଇନ । ଶପଥ ଉତ୍ସବରେ ମୋଦି କହିଥିଲେ ଛଅ ମାସରେ ରାଜ୍ୟ ରାଜନୀତିରେ ହେବ ବଡ କମ୍ପନ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡିÿଆ କଷ୍ଟ ପାଇଲେ ସରକାର ବଦଳିଯିବ । ଯାହା ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି । ଅନ୍ୟପଟେ ସାଂସଦ ସୁକାନ୍ତ ପାଣିଗ୍ରାହୀ ରଖିଛନ୍ତି ବିସ୍ପୋରକ ବୟାନ । ଆଗକୁ ଆହୁରି ବିସ୍ପୋରଣ ହେବ ।

ବହୁତ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ । ଖାଲି ରାଜ୍ୟସଭା ନୁହେଁ ବହୁ ପଦାଧିକାରୀ, ବିଧାୟକ, ପୂର୍ବତନ ବିଧାୟକ ବି ଯୋଗାଯୋଗରେ ଅଛନ୍ତି । ମାସେ ଦେଢ଼ ମାସ ଭିତରେ ଇସ୍ତଫା ଦେଇ ବିଜେପିରେ ସଦସ୍ୟତା ନେବେ । ସେପଟେ ବିଜେପିକୁ ଟାଇନ ଲାଇନ ଦେଇଛନ୍ତି ବିଜେଡିର ବରିଷ୍ଟ ନେତା ଦେବୀ ମିଶ୍ର । ସମୟ ଆସୁ କିଏ କାହା ସହ ମିଶିବ ତାହା ଜଣାପଡ଼ିବ କହିଛନ୍ତି ଦେବୀ । ବିଜେପି ସରକାରକୁ ହୋଇନି ବେଶି ଦିନ । ମାତ୍ର ପୁରିଛି ତିନି ମାସ । ଏହାରି ଭିତରେ ବିଜେଡି ଛାଡି ବିଜେପିରେ ଯୋଗ ଦେଲେଣି ଦୁଇ ଦୁଇ ରାଜ୍ୟସଭା ସାଂସଦଙ୍କ ସମତେ ଶଙ୍ଖ ଦଳର ଅନେକ ନେତା । ଆଗକୁ ଶାସକ ଦଳରେ ସାମିଲ ହେବା ନେଇ ଅନେକ ବିଜେଡି ନେତା ଲାଇନରେ ଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା