Masthead

ଅକ୍ସିଜେନ ଅଭାବରୁ ଚାଲିଗଲା ଶିଶୁର ଜୀବନ

ବରୀ (ବଡ଼ ଖବର ବ୍ୟୁରୋ): ବରୀଥାନା ଅନ୍ତର୍ଗତ ରମ୍ପା ପଞ୍ଚାୟତ ପଗିଡା ଗାଁରେ ଝଟିଛି ଏକ ଦୁଃଖଦ ଘଟଣା । ଅକ୍ସିଜେନ ଅଭାବରୁ ଶିଶୁର ମୃତୁ୍ୟ ହୋଇଛି । ପଗିଡା ଗାଁର ଖୋକନ୍ ସାମଲଙ୍କ ଘରେ ସମସ୍ତେ କାର୍ୟ୍ୟ ବ୍ୟସ୍ତ ଥିବା ବେଳେ ଖୋକନଙ୍କ ୩ ବର୍ଷର କୁନି ପୁଅକୁ ପାଇନଥିଲେ ଘର ଲୋକେ। ଖୋଜା ଖୋଜି ପରେ ଘର ପାଖରେ ଥିବା ପୋଖରୀରେ ବୁଡିଯାଉଥିବା ଦେଖି ତାକୁ ପୋଖରୀରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା।

ହେଲେ ସେଠାରେ ଦାୟିତ୍ୱରେ ଥିବା ଡ଼ାକ୍ତରଙ୍କ ଚିକିତ୍ସା ଅବହେଳା ସହିତ ଅକ୍ସିଜେନ ଅଭାବ କାରଣରୁ ପିଲାଟିର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ମାତ୍ର ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦାୟିତ୍ଵରେ ଥିବା ଡ଼ାକ୍ତର ଶିଶୁ ଟିକୁ ଅକ୍ସିଜେନ ଲଗାଇ ନଥିଲେ । ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକ ମାନଙ୍କ ଉତ୍ତେଜନା ଦେଖି ଦାୟିତ୍ୱରେ ଥିବା ଡ଼ାକ୍ତର ପୋଲିସ ଡାକିବା ସହିତ ଆମ୍ବୁଲାନ୍ସ ଡ଼ାକି ଜୀବନ ମରଣ ସହ ଯୁଦ୍ଧ କରୁଥିବା କୁନି ପିଲାଟିକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅଭାବ ସାଙ୍ଗକୁ ଆମ୍ବୁଲାନ୍ସ ଦୁଇ ଘଣ୍ଟା ପରେ ଆସିବା ଘଟଣା ପାଇଁ ବହୁ ସମୟ ଧରି ଉତେଜନା ଦେଖିବାକୁ ମିଳିଥିଲା।

ଦାୟିତ୍ୱରେ ଥିବା ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।ଖବର ପାଇ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଅଧିକାରୀ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣା ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ଶିଶୁଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ବେଳକୁ ତାର ମୃତ ହୋଇଯାଇଥିବା ଡ଼ାକ୍ତର ଘୋଷଣା କରିଥିଲେ ।ମାତ୍ର ଏଠି ପ୍ରଶ୍ନ ଉଠେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯଦି ଡାକ୍ତର ଶିଶୁ ଦେହରେ ଅକ୍ସିଜେନ ଲଗା ଯାଇଥାନ୍ତା ତାହାଲେ ଶିଶୁଟି ବଞ୍ଚି ଯାଇଥାଇ ପାରି ଥାଆନ୍ତା। ତେବେ ଦାୟିତ୍ଵରେ ଥିବା ଡ଼ାକ୍ତର କାହିଁକି ଅକ୍ସିଜେନ ଲଗାଇଲେ ନାହିଁ ତାହା ତଦନ୍ତ ହେବା ଆବଶ୍ୟକ ବୋଲି ଶିଶୁର ପରିବାର ଗ୍ରାମବାସୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼