Masthead

ରାହୁଲଙ୍କ ବିଜୟ ସଙ୍କଳ୍ପ ଯାତ୍ରା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ପାଖେଇ ଆସୁଛି ହରିୟାଣା ବିଧାନସଭା ନିର୍ବାଚନ । ଯାହାକୁ ନେଇ ନେଇ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି । ରାହୁଲ ଗାନ୍ଧୀ ରାଲି ବଦଳରେ ରାଜ୍ୟରେ ଏକ ବିଜୟ ସଂକଳ୍ପ ଯାତ୍ରା କରିବାକୁ ଯାଉଛନ୍ତି । ସୋମବାରଠାରୁ ରାହୁଲ ଭାରତ ଯୋଡ଼ୋ ଯାତ୍ରା ଭଳି ହରିଆଣାରେ ଏହି ଯାତ୍ରାରେ ବାହାରିବେ ବୋଲି ଜଣାପଡ଼ିଛି । ଅକ୍ଟୋବର ୫ରେ ଭୋଟିଂ ହେବାକୁ ଥିବାବେଳେ ରାହୁଲଙ୍କ ବିଜୟ ସଂକଳ୍ପ ଯାତ୍ରା ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ ।

କଂଗ୍ରେସ ଜିତିବାକୁ ଥିବା ବିଧାନସଭା ନିର୍ବାଚନମଣ୍ଡଳି ଦେଇ ଏହି ଯାତ୍ରା ଅନ୍ୟ ସ୍ଥାନକୁ ଯିବ ବୋଲି କୁହାଯାଉଛି । ତେବେ ଯାତ୍ରାର ବିସ୍ତୃତ ରୁଟ୍ ବାବଦରେ ସୂଚନା ଦିଆଯାଇନାହିଁ । ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା କଂଗ୍ରେସକୁ ଫାଇଦା ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ହରିଆଣାରେ ବହୁସଂଖ୍ୟାରେ ଜନମତ ହାସଲ କରିବାକୁ କଂଗ୍ରେସ ଏପରି ମେଗା ପ୍ଲାନ୍ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ