Masthead

ଜମ୍ମୁ-କାଶ୍ମୀରରେ ତୃତୀୟ ପର୍ଯ୍ୟାୟ ମତଦାନ, ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଜମ୍ମୁ-କାଶ୍ମୀରରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଶେଷ ପର୍ଯ୍ୟାୟରେ ୭ ଜିଲ୍ଲାର ୪୦ଟି ଆସନରେ ଭୋଟିଂ ଜାରି ରହିଛି । ମୋଟ୍ ୩୯.୧୮ ଲକ୍ଷ ଭୋଟର ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୪୦ ଆସନ ମଧ୍ୟରୁ ୨୪ଟି ଜମ୍ମୁ ଡିଭିଜନ ଏବଂ ୧୬ଟି କାଶ୍ମୀର ଘାଟିରୁ ରହିଛି । ଶେଷ ପର୍ଯ୍ୟାୟରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୮୭ ପୁରୁଷ ଓ ୨୮ ମହିଳା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ୍ ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୬୯ଜଣ କୋଟିପତି ଥିବାବେଳେ ୬୭ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି ।

ଜମ୍ମୁର ନଗରୋଟାରୁ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ସିଂହ ରାଣାଙ୍କ ସମ୍ପତ୍ତି ମୂଲ୍ୟ ସର୍ବାଧିକ ୧୨୬ କୋଟି ଟଙ୍କା । ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁର ବଡ଼ଭାଇ ଏଜାଜ୍ ଅହମ୍ମଦ ଗୁରୁଙ୍କ ଭାଗ୍ୟ ପରୀକ୍ଷା ହେବ । ସେ ସୋପୋର ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଉତ୍ତର କାଶ୍ମୀରର ଲଙ୍ଗେଟରୁ ଇଞ୍ଜିନିୟର ଶେଖ ଅବ୍ଦୁଲ୍ ରସିଦଙ୍କ ଭାଇ ଖୁର୍ସିଦ ଅହମ୍ମଦ ଶେଖ ନିର୍ବାଚନ ଲଢ଼ୁଛନ୍ତି । ଆସନ୍ତା ୮ ତାରିଖରେ ରେଜଲ୍ଟ ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ