Masthead

ରାଜଧାନୀରେ ମନମୋହୁଛି ଛତିଶଗଡ଼ ତରଭୁଜ

Kapilash Kumar Behera

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ ): ଋତୁ ବଦଳିବା ସହିତ ଲୋକଙ୍କ ରୁଚି ବି ବଦଳେ । ଶୀତ ଓ ବର୍ଷା ଦିନରେ ଲୋକେ ଗରମ ଖାଦ୍ୟ, ପାନୀୟ ପ୍ରତି ଆଗ୍ରହ ରଖୁଥିବାବେଳେ, ଖରା ଦିନରେ ଥଣ୍ଡା ଖାଦ୍ୟ ଓ ପାନୀୟ ପ୍ରତି ଆଗ୍ରହ ରଖିଥାନ୍ତି । ବିଶେଷ କରି ଖରାଦିନରେ ଗ୍ରାମଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସଭିଙ୍କ ପସନ୍ଦ ପାଲୋଟିଥାଏ ତରଭୁଜ । ରୌଦ୍ର ତାପ ଯେତେ ବଢ଼ୁଛି, ଲୋକଙ୍କର ଥଣ୍ଡା ପାନୀୟ ପ୍ରତି ସେତେ ଆଗ୍ରହ ବଢୁଛି ।

ଖୁବ କମ ଦାମରେ ତୃଷ୍ଣା ଓ କ୍ଷୁଧା ମେଣ୍ଟାଇ ପାରୁଥିବା ତରଭୁଜ ପ୍ରତି ଲୋକଙ୍କ ପ୍ରୀତି ବଢିବାରେ ଲାଗିଛି । ଖରାଦିନେ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟଖାଦ୍ୟ ତରଭୁଜ । ଏବେ ରାଜଧାନୀରେ ମନମୋହୁଛି ଛତିଶଗଡ଼ ତରଭୁଜ । ଖରା ଦାଉରୁ ଆସ୍ୱସ୍ତି ପାଇବା ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ଛତିଶଗଡ ତରଭୁଜ । ଚାହିଦା ବଢୁଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ମେଲିଛି ତରଭୁଜ ପସରା । ବିଶେଷକରି ବେପାରୀମାନେ ଛତିଶଗଡ଼ରୁ ତରଭୁଜ ଆମଦାନୀ କରିଥାନ୍ତି । ଏହାଛଡା ନିମାପଡ଼ା, ଗୋପ ପରି ଅଂଚଳରୁ ମଧ୍ୟ ଟ୍ରିପ ଟ୍ରିପ ତରଭୁଜ ରାଜଧାନୀକୁ ଆସିଥାଏ । କେମିକାଲ୍ସ କୋଲଡ୍ରିଙ୍କ ଠାରୁ ବେଶୀ ଭଲ ତରଭୁଜ । ତେଣୁ ଖରାଦିନିଆ ହେଲ୍ଦି ଫୁଡ ସହ ପାନୀୟ ଭାବେ ସଭିଙ୍କ ପସନ୍ଦ ତରଭୁଜ ।

 

ତରଭୁଜ ଏକ ସ୍ୱାଦିଷ୍ଟ ଖାଦ୍ୟ । ପାନୀୟ ତଥା ଉପଯୋଗୀ ପୋଷକତତ୍ୱ ଯୋଗୁଁ ଧନୀ ଠାରୁ ଗରିବ ଏବଂ ପିଲା ଠାରୁ ବୃଦ୍ଧ ସଭିଙ୍କ ପସନ୍ଦ ତରଭୁଜ । କରୋନା ପାଇଁ ଗତ ବର୍ଷ ବ୍ୟବସାୟ ମାନ୍ଦା ଥିବା ବେଳେ ଚଳିତ ବର୍ଷ ତରଭୁଜର ଚାହିଦା ଅନେକ । ଏହାକୁ ବେପାର କରି ବେପାରୀ ଭଲ ଦି ପଇସା ରୋଜଗାର କରି ପାରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ