Masthead

ପାଣି ନପାଇବାରୁ ଚାଷୀଙ୍କ ରାସ୍ତାରୋକ

ସୋନପୁର (ବଡ଼ ଖବର ବ୍ୟୁରୋ): ବୃହତ ଉଠାଜଳସେଚନ ପ୍ରକଳ୍ପରୁ ପାଣି ନପାଇବା କୁ ନେଇ ଗର୍ଜିଲେ ଚାଷୀ । ତରଭା – କଣ୍ଟାମଲ ରାସ୍ତା ଗୁଞ୍ଜିମୁଣ୍ଡା ଛକରେ ରାସ୍ତାରୋକ କରିଛନ୍ତି ଏହି ପ୍ରକଳ୍ପ ପାଖର ଚାଷୀ । କିଛି ବର୍ଷ ପୂର୍ବେ ତରଭା ନିକଟ ମାରାଡୁଗୋଚ୍ଛା ପଂଚାୟତ ଗୁର୍ଜିମୁଣ୍ଡା ନିକଟରେ ପ୍ରାୟ ୮୦୦ ହେକ୍ଟର ଚାଷଜମିକୁ ଜଳସେଚନ ପାଇଁ ନିର୍ମାଣ କରା ଯାଇଥିଲା ଏହି ପ୍ରକଳ୍ପ । ପାଖାପାଖି ୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା ସତ କିନ୍ତୁ ଅଫିସର ଏବଂ ଠିକାଦାରଙ୍କ ଦୂରଦୃଷ୍ଟି ଅଭାବ ଓ ଲାଭଖୋର ମନବୃତ୍ତି ଯୋଗୁଁ ପାଣି ପାଉନାହାନ୍ତି ଚାଷୀ ।

ବର୍ତ୍ତମାନ ମରୁଡି ଆଶଙ୍କାରେ ଥିବାରୁ ଆଜି ଚାଷୀମାନେ ରାସ୍ତାରୋକ କରିଛନ୍ତି । ଘାଟଣା ସ୍ଥଳରେ ତରଭା ତହସିଲଦାର, ଉଠାଜଳସେଚନ ବିଭାଗର ଯନ୍ତ୍ରୀ ଏବଂ ସୋନପୁର ଏସଡିପିଓ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିଲେ ବି ଚାଷୀ ଅମଙ୍ଗ ଅଛନ୍ତି । ଚାଷୀଙ୍କ ଗୋଟିଏ ଦାବି ଏହି ଉଠା ଜଳସେଚନ ପ୍ରକଳ୍ପରୁ ପାଣି ଦିଅ ନହେଲେ କୃଷି ବୀମାରେ ସାମିଲ କର । ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆନେ୍ଦାଲାନରୁ ହଟିବେନି ଚାଷୀ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ