Masthead

‘ଦାନା’ ପ୍ରକୋପରେ ଅଶାନ୍ତ ସମୁଦ୍ର, ୩ କିମି ଯାଏଁ ମାଡ଼ି ଆସିବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ସାମାନ୍ୟ ରିକର୍ଭ କରିପାରେ । ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼େ ଟିକେ ରିକର୍ଭ କରିପାରେ । ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା । ପ୍ରଭାବରେ ୨୬ ବେଳକୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ଲ୍ୟାଣ୍ଡଫଲ ଓ ପବନର ବେଗ ନେଇ ପୂର୍ବ ଆକଳନ ଅପରିବର୍ତ୍ତିତ । ପୁଣି ଥରେ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା । ସତର୍କ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ।  ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଉପକୂଳରେ ଜୁଆର ଆସିବ । ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ କହିଲେ । ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆଶଙ୍କା ।  ୩ କିଲୋମିଟର ଦୂର ଯାଏଁ ମାଡ଼ି ଆସିପାରେ ସମୁଦ୍ର ଜୁଆର । ବାତ୍ୟା ‘ଦାନା’ ପ୍ରକୋପରେ ସମୁଦ୍ର ଅଶାନ୍ତ ହୋଇ ଉଠିବ । ଏହା ସ୍ଥଳଭାଗ ଆଡ଼କୁ ମାଡ଼ିବାବେଳେ ଉଠିବ ଉଚ୍ଚ ଜୁଆର । ୨ ମିଟର ପାଖାପାଖି ଉଠିପାରେ ସମୁଦ୍ର ଜୁଆର । ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସନ୍ ଇନଫରମେସନ ପୂର୍ବାନୁମାନ ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ସୁରଭିଠାରେ ସମୁଦ୍ରରେ ୦.୨ ମିଟରରୁ ୧ ମିଟର ଉଚ୍ଚତା ଜୁଆର ଉଠିପାରେ । ଗହିରମଥାକୁ ଲାଗି କରିଥିବା ସୁରଭିରେ ୩.୦୧ କିମି ଦୂରତା ଯାଏଁ ସମୁଦ୍ର ଜୁଆର ମାଡ଼ି ଆସିପାରେ । ଏହା ଜନବସତି ଅଞ୍ଚଳ ହୋଇନଥିବାରୁ ବିଶେଷ କ୍ଷୟକ୍ଷତି ନ ହୋଇପାରେ । ଭଦ୍ରକରେ ବାସୁଦେବପୁର ନିକଟସ୍ଥ ସମୁଦ୍ର ତଟବର୍ତ୍ତୀ ମୋହନପୁରରେ ସମୁଦ୍ରରେ ୦.୮ ମିଟରରୁ ୧.୯ ମିଟର ଉଚ୍ଚ ଜୁଆର ଉଠିବା ସମ୍ଭାବନା ଅଛି । ୧.୨୪ କିମି ଦୂରତା ଯାଏଁ ଏହି ଲୁଣି ପାଣି ମାଡ଼ି ଯାଇପାରେ । ବାଲେଶ୍ୱର ଡଗରା ବେଳାଭୂମି ପାଖ କୁମ୍ଭୀରଗଡ଼ିରେ ୦.୪ ମିଟରରୁ ୧.୯ ମିଟର ଉଚ୍ଚର ଲୁଣା ପାଣି ଉଠିବା ସହ ମାଡ଼ି ଯାଇପାରେ ୧.୦୮ କିମି ଦୂରତା ପର୍ଯ୍ୟନ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ