Masthead

ଚର୍ଚ୍ଚାରେ ଏବେ ପିଆରଓଙ୍କ କାର୍ଯ୍ୟଶୈଳୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ସରକାରଙ୍କ ପ୍ରତ୍ୟେକଟି କଥାକୁ ଲୋକ ଲୋଚନକୁ ଆଣିବାର ଦାୟିତ୍ୱରେ ରହିଛି ସୂଚନା ଓ ଲୋକସର୍ମ୍ପକ ବିଭାଗ ହାତରେ ନ୍ୟସ୍ତ । ବିଭାଗରେ କାର୍ଯ୍ୟରତ ଲୋକ ସର୍ମ୍ପକ ଅଧିକାରୀଙ୍କ କର୍ତ୍ତବ୍ୟ ହେଉଛି ଏହାକୁ ମିଡିଆ ଓ ଲୋକଙ୍କ ନିକଟରେ ପହଞ୍ଚାଇବା । ବର୍ତ୍ତମାନ କିନ୍ତୁ ସେଥିରେ ଦେଖାଦେଇଛି ତ୍ରୁୃଟି । କିଏ ପାଳୁଛି ତ ଆଉ କିଏ ତାକୁ ଫୁ କରି ଉଡାଇଦେଉଥିବା ଭଳି ବର୍ତ୍ତମାନ ଓଡ଼ିଶାରେ ଅନୁମାନ ହେବାରେ ଲାଗିଛି । ନାଁ ମିଳୁଛି ସୂଚନା ନାଁ ମିଳୁଛି ତାଙ୍କ ଠାରୁ କିଛି ତଥ୍ୟ ! ଯାହା ଏବେ ଚିନ୍ତାର କାରଣ । ଗଣଙ୍କର ମାଧ୍ୟମ ସାଜି ଗଣମାଧ୍ୟମ ବି ତାଙ୍କ ଠାରୁ କିଛି ତଥ୍ୟ ଆଣି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଥିଲେ ବି ତାହା ଆଉ ସମ୍ଭବ ହୋଇପାରୁନାହିଁ ।

କେତେବେଳେ କେଉଁଠି ବିଭାଗୀୟ ବୈଠକର ଖବର ହେଉ ଅବା ବିଭାଗୀୟ ସମ୍ପର୍କିତ କିଛି ଖବର ପାଇବାରେ ଏବେ ହୋଇପଡିଛି କଷ୍ଟ । ହାତ ଗଣତି କିଛି ଅଧିକାରୀଙ୍କୁ ଛାଡିଦେଲେ ଆଉ ସମସ୍ତେ ନୀରବ ! ସରକାର ବଦଳିଛି ହେଲେ ଆଜି ବି ବଦଳିନି ପୁରୁଣା ପଲିସ୍ । ପୁରୁଣା ମାନସିକତାରେ ବର୍ତ୍ତମାନ ଚାଲିଲା ପରି ଅନୁମାନ ହେଉଛି । ମନ ଇଚ୍ଚା ଚାଲିଛନ୍ତି କି ଲୋକ ସର୍ମ୍ପକ ଅଧିକାରୀ ? ନାହିଁ କି କାହାର ଲଗାମ ? ରାଜ୍ୟ ସ୍ତରରୁ ନେଇ ଜିଲ୍ଲା ସ୍ତରରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି । କେଉଁ ବିଭାଗର କେତେ ବେଳେ ବୈଠକ ବସୁଛି ତାହାର ତ ମିଳୁନି ତଥ୍ୟ କିନ୍ତୁ ସେହି ବୈଠକର ଖବର ବି ଆସୁଛି ଖୁବ ବିଳମ୍ବରେ ।

ଦିନରେ ବିଭାଗ ନେଉଛି ବୈଠକ ରାତିରେ ଅସୁଛି ଖବର ! ଆଉ କେତେ ବେଳେ ତ ଏମିତି ସାମ୍ନା କରିବାକୁ ପଡିଛି କି କାର୍ଯ୍ୟକ୍ରମର ଦିନ ପରେ ଖବର ପ୍ରକାଶ କରାଯାଉଛି । ବେଳେବେଳେ କ’ଣ ଘଟୁଛି ତାହା ସାମ୍ନାକୁ ଆସିପାରୁନି । ଯାହାକୁ ନେଇ ଦ୍ୱନ୍ଦ ବଢେ । ବେଳେବେଳେ ଏମିତି ବି ନଜିର ଅଛି କି ଅଧିକାରୀ ମାନଙ୍କୁ କିଛି ତଥ୍ୟ ପଚାରିଲେ ବି ସେମାନଙ୍କ ନିକଟରେ ନଥାଏ କୌଣସି ଉତ୍ତର କି ଦେଇପାରନ୍ତି ନି ସନ୍ତୁଷ୍ଟ ଜନକ ତଥ୍ୟ? ସାଧାରଣ ସମୟ ହେଉ ଅବା ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏମାନଙ୍କ ଭୂମିକା କେବେ ବଦଳିଲା ପରି ହୁଏନି ଅନୁଭବ । ଯାହାର ନିଚ୍ଛକ ଉଦାହରଣ ରହିଛି ବାତ୍ୟା ଦାନାର ସମୟ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଚାରିଆଡେ ଏନେଇ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଲାଣି । ନୂଆ ସରକାର ଏଦିଗରେ ନଜର ରଖିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା