Masthead

ନବୀନଙ୍କୁ କଣ୍ଟାବାଞ୍ଜିରୁ ହରାଇବା ପଛରେ ପାଣ୍ଡିଆନ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନରେ ଓଡ଼ିଶା ରାଜନୀତି ଦେଖିଛି ଉଥାନ ପତନ । ଭାଙ୍ଗି ପଡିଛି ଗଡ, ତୋଳି ଉଠିଛି ନୂଆ ସାମ୍ରଜ୍ୟ । ପରାଜୟ ସ୍ୱାଦ ନିଜ ରାଜନୈତିକ ଜୀବନରେ କେବେ ଚାଖିନଥିବା ବ୍ୟକ୍ତି ଏଥର କିନ୍ତୁ ପରାଜୟକୁ କରିଛନ୍ତି ସାମ୍ନା । ଆମେ ଆଉ କାହା କଥା କହୁନୁ କହୁଛୁ ପାଞ୍ଚ ପାଞ୍ଚ ଥରର ପୂର୍ବତନ ମୁଖ୍ୟମନ୍ତ୍ରୀ,ବିରୋଧୀଦଳ ନେତା ତଥା ରାଜ୍ୟର ଆଞ୍ଚଳିକ ଦଳ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଥା । ୨୪ ସାଧାରଣ ଇଲେକ୍ସନରେ ପୂର୍ବ ନିର୍ବାଚନ ଭଳି ସେ ଦୁଇଟି ଆସନରୁ ହୋଇଥିଲେ ପ୍ରାର୍ଥୀ । ଗୋଟେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅନ୍ୟଟି ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ ବାଛିଥିଲେ ନବୀନ । ପୁରା ମିଶନ ମୁଡରେ ଦଳ କରିଥିଲା ଭୋଟ ପ୍ରସ୍ତୁତି । କିନ୍ତୁ କଣ୍ଟାବାଞ୍ଜି ସୁପ୍ରିମୋଙ୍କୁ ବିଜୟ କରିବାରେ ମରିଥିଲା ପ୍ଲାନ ଫେଲ୍ ।

ମିଶନ ପଶ୍ଚିମ ଓଡ଼ିଶା ବିଜେଡି ହୋଇଗଲା ବିଫଳ । ଖାଲି ସୁପ୍ରିମୋ ନୁହନ୍ତି ପରାଜୟକୁ ପଶ୍ଚିମ ଓଡ଼ିଶାରେ ସାମ୍ନା କରିଛନ୍ତି ଦଳର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଖାଲି ସେତିକି ନୁହେଁ ଦଳ ଆଉ ଗୋଟେ ଦିଗକୁ ନେଇ କଣ୍ଟାବାଞ୍ଜିକୁ ବାଛି ଥିଲା ଯଦି ଆଜି ନବୀନ କଣ୍ଟାବାଞ୍ଜି ଜିତିଥାନ୍ତେ ସେଠୀ ଉପ ନିର୍ବାଚନ ସମୟରେ ପ୍ରଣବକୁ ସୁଯୋଗ ଦେଇଥାନ୍ତା । କିନ୍ତୁ ସବୁ ଅଙ୍କକୁ ଭୁଲ କରିଦେଲେ ନବୀନଙଯକ ଆପଣର ଅଣ ଓଡ଼ିଆ । ଯାହା ପାଇଁ ଦଳର ପରାଜୟକୁ ନେଇ ଗୋଟିଏ ପରେ ଗୋଟିଏ ନେତା ବିଷ ଓଗାଳି ଶୀର୍ଷଙ୍କୁ ଟାର୍ଗେଟ କରୁଥିବା ବେଳେ କଣ୍ଟାବାଞ୍ଜିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନବୀନଙ୍କୁ ହରାଇବା ପଛରେ ରହିଛି ଭୈରବ କାର୍ତ୍ତକ ପାଣ୍ଡିଆନଙ୍କ ହାତ! କୁହାଯାଉଛି କି କୁଆଡେ ହରାଇବା ପାଇଁ କରିଥିଲେ ଯୋଜନା ବଧ ଷଡଯନ୍ତ୍ର !

ଯାହା ହୋଇଗଲା କି ସକ୍ସେସ ? ବରିଷ୍ଟ ନେତା ଭୂପିନ୍ଦର ସିଂଙ୍କୁ ଦାୟିତ୍ୱ ଦେଇ କରିଦେଲେ ପରାଜୟ ବାଟକୁ ସୁଗମ କରିଥିଲେ ପାଣ୍ଡିଆନ । ନର୍ଲାରୁ ଭୂପିନ୍ଦର ଟିକେଟ କଟି ଆରମ୍ଭ କରିଦେଇଥିଲେ କି ନିଜର ପ୍ଲାନ ଭୈରବ ? ନିଜର ଟିକେଟ କଟିବାକୁ ନେଇ ରାଗ ତମତମ ହୋଇରହିଥିବା ବେଳେ ଭୂପିନ୍ଦରଙ୍କୁ ଧାରାଇଦେଇଥିଲେ କଣ୍ଟାବାଞ୍ଜି ଇଲେକ୍ସନ ଦାୟୁତ୍ୱ । ଯାହା ଭୂପିନ୍ଦରଙ୍କୁ ବେଶ ବି ସହାୟକ ହୋଇଥିଲା । ନିଜେ ଲଢିଲିନି କାହିଁକି କାହା ପାଇଁ ଲଢି ବିଜୟ କରିବି ବୋଲି ଭାବି ନେଇଥିଲେ ସିଂ । ଆଉ କୁଆଡେ ସେବି ଦାୟିତ୍ୱ ମିଳିଥିଲେ ସୁଦ୍ଧା କଣ୍ଟାବାଞ୍ଜିରେ ତାଙ୍କର ଦେଖା ମିଳୁନଥିଲା । ଯାହା ବେଶ ପାଣ୍ଡିଆନଙ୍କୁ କୁଆଡେ ସୁହାଇ ଥିଲା । ସେ ଜାଣିଥିଲେ ଭୂପିନ୍ଦର ହିଁ ଗୋଟେ ବ୍ୟକ୍ତି ହିଁ ଏହି କାର୍ଯ୍ୟରେ ତାଙ୍କୁ ସଫଳ ଦେଇପାରିବେ । ଭୋଟରେ ଯାହା ପ୍ରତିଫଳିତ ବି ହେଲା ।

ଭୂପିନ୍ଦର ବିରୋଧିଦଳ ନେତା ଥିବା ବେଳେ ହଟାତ ନଟକିୟ ଢଙ୍ଗରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ପରେ ଦଳ ବି ତାଙ୍କୁ ଟିକେଟ ଦେବା ସହ କିଛିଟା ଗୁରୁତ୍ୱ ଦେଉଥିଲା କିନ୍ତୁ ହଟାତ ତାଙ୍କୁ କୋମା କରିଦିଆଗଲା ତାଙ୍କ ଟିକେଟ ବି ଗଲା ନିର୍ବାଚନରେ ଛଡାଇ ନିଆଗଲା ସେ ଯେତେବେଳେ ଇଲେକ୍ସନ ନେଇ ପୂରା ଦମରେ ପ୍ରସ୍ତୁତ ରହିଥିଲେ । ଯାହାକୁ ନେଇ ସେ ରାଗରେ ଚାଉଳ ଚୋବାଉଥିଲେ ଆଉ ଠିକ୍ ସେତିକି ବେଳେ ତାଙ୍କୁ ମିଳିଥିଲା ଗୋଟେ ବଡ ସୁଯୋଗ । ଯାହାକୁ ସେ କଣ୍ଟାବାଞ୍ଜିରେ ପ୍ରତିଫଳନ କରିଦେଖାଇଲେ । ଏହାରି ଭିତରେ କୁହାଯାଉଛି କି ଭୂପିନ୍ଦରଙ୍କ ଟିକେଟ କାଟିବା ଓ ନବୀନଙ୍କୁ କଣ୍ଟାବାଞ୍ଜି ଲଢାଇ ସେହି ଭୂପିନ୍ଦରଙ୍କୁ ଦାୟୁତ୍ୱ ଦେବା ପଛରେ କୁଆଡେ ସନ୍ୟାସୀ ରୂପି ଭୈରବ ପାଣ୍ଡିଆନଙ୍କ ହାତ ରାହିଛି । ଆଉ ଆଜି ଯାହା ପାଇଁ ବିଜୁ ନନ୍ଦନ ପରାଜୟର ପ୍ରଥମ ସ୍ୱାଦ ତାଙ୍କୁ ଚାଖିବାକୁ ପଡିଛି । ଏହାରି ଭିତରେ ମାସାଧିକ ସମୟ ପୂରିଥିଲେ ସୁଦ୍ଧା କାହିଁକି ନବୀନ ନିଜ ପରାଜୟକୁ ନେଇ ଚୁପ ବସିଛନ୍ତି ତାକୁ ନେଇ ପ୍ରଶ୍ନ ?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ