Masthead

ଆଜିଠୁ ଫିଟିଲା ପାଗ, କାଁ ଭାଁ ହେବ ବର୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାତ୍ୟା ପରେ କଲବଲ କରୁଛି ବନ୍ୟା । ବାଲେଶ୍ୱର ଅଞ୍ଚଳକୁ ମାଡିଛି ଉପର ମୁଣ୍ଡର ପାଣି । ମୟୂରଭଞ୍ଜ ଓ ବିଶେଷ କରି ଶିମିଳିପାଳର ପାଣି ଏବେ ବୁଢ଼ା ବଳଙ୍ଗରେ ପ୍ରବାହିତ ହେଉଛି। ଆଣ୍ଠୁଏ ପାଣିରେ ଭାସୁଛି ପାଚିଲା ଧାନ କ୍ଷେତ । ଚିନ୍ତାରେ ଚାଷୀ । ତେବେ ସେପଟେ ଲଗାଣ ବର୍ଷା ପରେ ମିଳିଛି ଆଶ୍ୱସ୍ତି । ବିଶେଷ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହୋଇପାରେ ଏବଂ ୩୧ ତାରିଖ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ବାତ୍ୟା ‘ଦାନା’ ଦୁର୍ବଳ ହେବା ପରେ ସ୍ପଷ୍ଟ ଚିହ୍ନଟ ଲଘୁଚାପ ଅବସ୍ଥାରେ ଉତ୍ତର ଓଡ଼ିଶା ଉପରେ ଅଛି । ରବିବାର ସକାଳ ସୁଦ୍ଧା ଏହା ବାୟୁମଣ୍ଡଳରେ ମିଳେଇ ଯିବ । ଏହାର ଆଉ ପ୍ରଭାବ ରହିବନି ।ଅନୁମାନ କରାଯାଉଛି, ଆଜିଠୁ ପାଗ ପ୍ରାୟତଃ ଫିଟିଯିବ । ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ସ୍ପଳ୍ପ ବର୍ଷା ହୋଇପାରେ । ସୋମବାର କାଁ ଭାଁ ବର୍ଷା ସମ୍ଭାବନା ଅଛି । ୨୯, ୩୦,୩୧ ତାରିଖରେ ଏଭଳି ପାଗ ରହିପାରେ । ‘ଦାନା’ ପ୍ରଭାବ ଯୋଗୁ ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ