Masthead

ଆଗକୁ ଆହୁରି ବଢିବ ଶୀତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ପ୍ରବଳ ଶୀତ । ଆଗକୁ ଆହୁରି ଖସିବ ପାରଦ । ଆସନ୍ତା ୩ ଦିନରେ ରାତି ତାପମାତ୍ରା ଆହୁରି ୩ଡିଗ୍ରୀ ଯାଏ କମିପାରେ । ଯାହାକୁ ନେଇ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ରବିବାର ରାଜ୍ୟର ୧୦ ସହରରେ ପାରଦ ୧୫ ଡିଗ୍ରୀ ତଳେ ଥିଲା । ଫୁଲବାଣୀରେ ରାତି ତାପମାତ୍ରା ୧୧ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨, ଅନୁଗୁଳ ଓ ଭବାନୀପାଟଣାରେ ୧୩ ଡିଗ୍ରୀ, ରାଉରକେଲାରେ ୧୩.୧, ଝାରସୁଗୁଡ଼ାରେ ୧୩.୩, ସୁନ୍ଦରଗଡ଼ ଓ ଭଦ୍ରକରେ ୧୪, କେନ୍ଦୁଝରରେ ୧୪.୬, ଢେଙ୍କାନାଳରେ ୧୪.୯ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୬ ଡିଗ୍ରୀ ଓ କଟକରେ ୧୬.୫ ଡିଗ୍ରୀ ରେକର୍ଡ ହୋଇଛି । ଏହାସହିତ ଫୁଲବାଣୀରେ କୁହୁଡ଼ି ଦୃଶ୍ୟମାନ ହୋଇଥିଲା ।

ଆଜି ଅନୁଗୁଳରେ ସ୍ୱାଭାବିକଠାରୁ ସବୁଠୁ କମ୍ ବା ସାଢ଼େ ୪ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଥିଲା । ଗତ ତିନି ଦିନ ଧରି କ୍ରମାଗତ ଭାବେ ରାଜ୍ୟରେ ଶୀତ ବଢୁଛି । ଏବେ ଶୀତର ପ୍ରକୋପ ବଢ଼ିବା ସହ ସନ୍ଧ୍ୟାରୁ ଥଣ୍ଡା ଅନୁଭୂତ ହେଉଛି । ରାତିରେ ଅଧିକ ଶୀତ ହେଉଛି । ସେହିଭଳି ପାରଳାଖେମୁଣ୍ଡି ଓ ଚାନ୍ଦବାଲିରେ ୧୮, ବୌଦ୍ଧ ଓ ବାଲେଶ୍ୱରରେ ୧୮.୨, ମାଲକାନଗିରିରେ ୧୮.୪, ଯାଜପୁରରେ ୧୮.୫, ପାରାଦୀପରେ ରାତି ତାପମାତ୍ରା ୧୮.୬ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୭ ଦିନ ଯାଏ ରାଜ୍ୟରେ ଆଦୌ ବର୍ଷା ସମ୍ଭାବନା ନାହିଁ ଓ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା