Masthead

ଚଳିତ ବର୍ଷ ରାଜ୍ୟରେ କମ୍ ଶୀତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚଳିତବର୍ଷ ରାଜ୍ୟରେ କମ୍‌ ଶୀତ ଅନୁଭୂତ ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି । ଡିସେମ୍ବର ମାସରୁ ଫେବ୍ରୁଆରୀ ମାସ ଯାଏ ରାଜ୍ୟରେ ସମ୍ଭାବ୍ୟ ପାଣିପାଗ ସ୍ଥିତିକୁ ନେଇ ଆଇଏମ୍‌ଡି କରିଥିବା ଆକଳନରୁ ଏହା ଜଣାପଡ଼ିଛି ।

ଆସନ୍ତା ତିନି ମାସ ଯାଏ ରାତି ତାପମାତ୍ରା ଭଳି ଦିନ ରହିବ । ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଦିନ ତାପମାତ୍ରା ଅଧିକ ରହିବ । ସେହିଭଳି ରାଜ୍ୟରେ ଶୀତ ଲହରୀ ଆଦୌ ରହିବନି । ସେହିଭଳି ଡିସେମ୍ବର ମାସରେ ରାଜ୍ୟର ସବୁ ଅଞ୍ଚଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଫଳରେ ଅଧିକ ଶୀତ ଅନୁଭୂତ ହେବନି । ସେହିଭଳି ଏ ମାସରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ସେହିଭଳି ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ଆଇଏମ୍‌ଡି ଆକଳନ କରିଛି । ୩ରୁ ୫ ତାରିଖ ଯାଏ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । ୬ରୁ ୮ ତାରିଖ ଯାଏ ପାଗ ଶୁଖିଲା ରହିବ । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେପଟେ ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେଉଛି। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସମ୍ବଲପୁର, ପୁରୀ, କନ୍ଧମାଳ, ଖୋର୍ଦ୍ଧା, ମୟୂରଭଞ୍ଜ ଆଦି ଜିଲାରେ ଝିପିଝିପି ବର୍ଷା ହୋଇଛି। ଅନ୍ୟପଟେ କଳାହାଣ୍ଡି ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ