Masthead

ଆଜିଠୁ ପୁଣି ଚାଷୀଙ୍କ ଦିଲ୍ଲୀ ମାର୍ଚ୍ଚ, ରାସ୍ତାରେ କଣ୍ଟା ବିଛାଇଲା ପୋଲିସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାସ୍ତା ପୋତା ଗଲା କଣ୍ଟା। ଉଠିଲା ବଡ଼ ବଡ଼ କଙ୍କ୍ରିଟର କାନ୍ଥ। ଥ୍ରୀ ଲେୟର କ୍ୟାରିକେଡିଂ ସହ ସିଲ୍‌ ହେଲା ଶମ୍ଭୁ ସୀମା। ଆଜିଠୁ ପୁଣି ଚାଷୀମାନଙ୍କ ଦିଲ୍ଲୀ ମାର୍ଚ୍ଚ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକାଡି କରାଯାଇଛି। ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ କଡ଼ା ପୁଲିସ ଫୋର୍ସ ମୁତୟନ କରାଯାଇଛିଆଜିଠୁ ପୁଣି ଆରମ୍ଭ ହେଉଛି ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ। ଶୁକ୍ରବାର ସରକାରଙ୍କୁ ଗୋଟିଏ ଦିନ ଦେଇଥିଲା ଚାଷୀ ସଂଗଠନ।

ସରକାର ଚାଷୀଙ୍କ ଦାବି ପୂରଣ କରି ନଥିବାରୁ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି ଚାଷୀ। ଅମ୍ବାଲା, ହରିୟାଣା ଓ ଦିଲ୍ଲୀ-ହରିୟାଣାର ଶମ୍ଭୁ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚାଷୀଙ୍କୁ ଅଟକାଇବାକୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। କଣ୍ଟା ଦିଆଯାଇ ବ୍ରେକର ଓ ବ୍ୟାରିୟର ଲଗାଯାଇଛି। ବର୍ଷ ଆରମ୍ଭରୁ ଯେତେବେଳେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାଙ୍କୁ ରୋକିବାକୁ ଠିକ୍ ଏପରି ବ୍ୟବସ୍ଥା କରାଯାଇଥିଲା। ଶମ୍ଭୁ ସୀମାରେ ନିଜର ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ। ଏହାରି ଭିତରେ ଚାଷୀ ଆନ୍ଦୋଳନକୁ ୩୦୦ଦିନ ପୂରଣ ହେଉଥିବା କହିଛନ୍ତି ଚାଷୀ ନେତା ସରୱନ ସିଂହ ପଣ୍ଢେର।

ଆଜି ଦିନ ୧୨ଟାରେ ପୁଣି ଥରେ ଆନ୍ଦୋଳନ ଓ ପଦଯାତ୍ରା ଆରମ୍ଭ କରିବାକୁ ଚେତାବନୀ ଦେଇଥିଲେ ଚାଷୀ। ସେପଟେ ସୁରକ୍ଷା ତଥା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଗଣମାଧ୍ୟମ କର୍ମଚାରୀଙ୍କୁ ବିରୋଧ ପ୍ରଦର୍ଶନ ସ୍ଥଳରୁ ଅତି କମରେ ୧ କିଲୋମିଟର ଦୂରରେ ରଖାଯିବାକୁ ହରିୟାଣାର ଡିଜିପି ପଞ୍ଜାବର ଡିଜିପିଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ