Masthead

ଆଜିଠୁ ପୁଣି ଚାଷୀଙ୍କ ଦିଲ୍ଲୀ ମାର୍ଚ୍ଚ, ରାସ୍ତାରେ କଣ୍ଟା ବିଛାଇଲା ପୋଲିସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାସ୍ତା ପୋତା ଗଲା କଣ୍ଟା। ଉଠିଲା ବଡ଼ ବଡ଼ କଙ୍କ୍ରିଟର କାନ୍ଥ। ଥ୍ରୀ ଲେୟର କ୍ୟାରିକେଡିଂ ସହ ସିଲ୍‌ ହେଲା ଶମ୍ଭୁ ସୀମା। ଆଜିଠୁ ପୁଣି ଚାଷୀମାନଙ୍କ ଦିଲ୍ଲୀ ମାର୍ଚ୍ଚ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକାଡି କରାଯାଇଛି। ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ କଡ଼ା ପୁଲିସ ଫୋର୍ସ ମୁତୟନ କରାଯାଇଛିଆଜିଠୁ ପୁଣି ଆରମ୍ଭ ହେଉଛି ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ। ଶୁକ୍ରବାର ସରକାରଙ୍କୁ ଗୋଟିଏ ଦିନ ଦେଇଥିଲା ଚାଷୀ ସଂଗଠନ।

ସରକାର ଚାଷୀଙ୍କ ଦାବି ପୂରଣ କରି ନଥିବାରୁ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି ଚାଷୀ। ଅମ୍ବାଲା, ହରିୟାଣା ଓ ଦିଲ୍ଲୀ-ହରିୟାଣାର ଶମ୍ଭୁ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚାଷୀଙ୍କୁ ଅଟକାଇବାକୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। କଣ୍ଟା ଦିଆଯାଇ ବ୍ରେକର ଓ ବ୍ୟାରିୟର ଲଗାଯାଇଛି। ବର୍ଷ ଆରମ୍ଭରୁ ଯେତେବେଳେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାଙ୍କୁ ରୋକିବାକୁ ଠିକ୍ ଏପରି ବ୍ୟବସ୍ଥା କରାଯାଇଥିଲା। ଶମ୍ଭୁ ସୀମାରେ ନିଜର ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ। ଏହାରି ଭିତରେ ଚାଷୀ ଆନ୍ଦୋଳନକୁ ୩୦୦ଦିନ ପୂରଣ ହେଉଥିବା କହିଛନ୍ତି ଚାଷୀ ନେତା ସରୱନ ସିଂହ ପଣ୍ଢେର।

ଆଜି ଦିନ ୧୨ଟାରେ ପୁଣି ଥରେ ଆନ୍ଦୋଳନ ଓ ପଦଯାତ୍ରା ଆରମ୍ଭ କରିବାକୁ ଚେତାବନୀ ଦେଇଥିଲେ ଚାଷୀ। ସେପଟେ ସୁରକ୍ଷା ତଥା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଗଣମାଧ୍ୟମ କର୍ମଚାରୀଙ୍କୁ ବିରୋଧ ପ୍ରଦର୍ଶନ ସ୍ଥଳରୁ ଅତି କମରେ ୧ କିଲୋମିଟର ଦୂରରେ ରଖାଯିବାକୁ ହରିୟାଣାର ଡିଜିପି ପଞ୍ଜାବର ଡିଜିପିଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ