Masthead

ବିଜେଡିକୁ ଶକ୍ତି ଦେଲେ କୁଟ୍ଟେ-ଆଶିଷ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୁଟ୍ଟେ-ଆଶିଷ ଲଗାଇଲେ ରାଜନୀତିରେ ନିଆଁ । ଦୁଇ ବିବାଦୀୟ ଅଫିସରଙ୍କୁ ନେଇ ତୁମ୍ବିତୋଫାନ । କେନ୍ଦ୍ରୀୟ ଡେପୁଟେସନରେ ଗଲେ ଡିଏସ କୁଟ୍ଟେ ଓ ଆଶିଷ ସିଂ । ଓଡ଼ିଶା ଛଡ଼ିବା ଖବର ଆସିବା ପରେ ଗଜିଲା ବିଜେଡି । ବିଜେପିକୁ କଲା ଆଲଟା ଆକ୍ରମଣ । ନିର୍ବାଚନ ସମୟରେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗରେ ବିବାଦ ଘେରରେ ଥିବା ଡିଏସ କୁଟ୍ଟେ ଓ ଆଶିଷ ସିଂ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଏନେଇ କେନ୍ଦ୍ର ଗୃହ ବିଭାଗ ରାଜ୍ୟ ମୁଖ୍ୟ ଶାସନ ସଚିବକଙ୍କୁ ଚିଠି ପରେ ଲାଗୁଛି ଯେମିତି ବିଜେଡି ନେତାଙ୍କୁ ବଳ ମିଳିଯାଇଛି । ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ କୁଟ୍ଟେ ଓ ଆଶିଷଙ୍କ ସହ ବିଜେପି ସଂପର୍କ ଥିଲା ।

ଉଭୟଙ୍କ ପ୍ରମୋସନ ପରେ ଏହା ସ୍ପଷ୍ଟ ହୋଇଛି । ସେପଟେ ପ୍ରମିଳା ମଲ୍ଲିକଙ୍କୁ କାଉଂଟର କରିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ଦୁଇ ଅଫିସର ବିଜେପିର ଲିଙ୍କରେ ଥିଲେ ନା ନାହିଁ ତାହା ପ୍ରମିଳା ଅପା କହିପାରିବେ । ଏହା ସଂପୂର୍ଣ୍ଣ ଅବାସ୍ତବ କଥା । କାହା ସହ ଲିଙ୍କ୍ରେ ଥିଲେ ସବୁ ଲୋକ ଜାଣିଛନ୍ତି । ସେଥିପାଇଁ ଦିଲ୍ଲୀ ପଠାଯାଇଛି, ସର୍ଭିସ ରୁଲ୍ ଅନୁସାରେ ପ୍ରମୋସନ ହୋଇଛନ୍ତି । ନିର୍ବାଚନ ସମୟରେ ବିଜେଡି ପାଇଁ ଦୁଇ ସରକାରୀ ଅଫିସର ଡିଏସ କୁଟ୍ଟେ ଓ ଆଶିଷ ସଂ କାମ କରୁଥିବା ବିଜେପି ଅଭିଯୋଗ କରିଥିଲା । ଏହାପରେ ଇସିଆଇ ଦୁଇ ଅଫିସରଙ୍କ ଉପରେ ଛାଟ ପକାଇଥିଲା । ଏବେ ଦୁଇ ଜଣ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ସରକାରଙ୍କୁ ଘେରିବାକୁ ବିଜେଡିର ବଳ ମିଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ