Masthead

ଖୋଜୁଥିଲା ସିବିଆଇ, ହୋଟେଲରେ ଥିଲେ ବିଷ୍ଣୁପଦ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧରାଛୁଆଁ ଦେଉନାହାନ୍ତି ଆଇଏଏସ ବିଷ୍ଣୁପଦ ସେଠୀ । ସମନକୁ ଅଣଦେଖା କରି ଚାଲିଛନ୍ତି ମାର୍କମରା ଅଫିସର । ଭୁବନେଶ୍ୱରେ ସିବିଆଇ ଖୋଜୁଥିବା ବେଳେ ବାବୁ ଦିଲ୍ଲୀରେ । ଅଶୋକା ହୋଟେଲରେ ତାଙ୍କ ନାଁରେ ରୁମ ବୁକ୍ ତଥ୍ୟ ସାମ୍ନାକୁ ଆସିଛି । ଯଦି ଦିଲ୍ଲୀ ଯାଇଥିଲେ ତା ହେଲେ ସିବିଆଇ ଅଫିସକୁ କାହିଁକି ଗଲେ ନାହିଁ? ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ କାହିଁକି ହେଉନାହାନ୍ତି ହାଜର? କୁହାଯାଉଛି ବିଷ୍ଣୁପଦ ସରକାରୀ କାର୍ଯ୍ୟରେ ଦିଲ୍ଲୀ ଯାଇନଥିଲେ । ଗୃହ ବିଭାଗ ଚିଠିରୁ ତାହା ଜଣାପଡ଼ିଛି । ତାହେଲେ ସରକାରୀ ସୁବିଧା କାହିଁକି ନେଲେ? ଏକଥା ମଧ୍ୟ ଶୁଣାଗଲାଣି ଯେ ନିଜ ମୁଣ୍ଡରେ ଝୁଲୁଥିବା ଖଣ୍ଡାରୁ ତ୍ରାହି ପାଇବା ପାଇଁ ଦିଲ୍ଲୀ ଯାଇଥିଲେ ।

ହେଲେ ଯେଉଁ ପ୍ଲାନ କରିଥିଲେ ତାହା ଫସର ଫାଟିଛି । ୧୦ ଲକ୍ଷ ଟଙ୍କା ଲଂଚ କାରବାର ମାମଲାରେ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଛି । ହେଲେ ଏହାରି ଭିତରେ ସପ୍ତାହେରୁ ଅଧିକ ସମୟ ହୋଇଥିଲେ ମଧ୍ୟ ବାବୁ ସିବିଆଇ ସମ୍ମୁଖକୁ ଆସିନାହାନ୍ତି । ଏନେଇ ଖବର ଘନ ଘନ ପ୍ରସାରଣ ହେବା ପରେ ରାଜ୍ୟ ସରକାର ତାଙ୍କ ଉପରେ ଆକ୍ସନ ନେଇଛନ୍ତି । ଅନୁସୂଚିତ ଜାତି ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସହ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ପଦରୁ ହଟାଇ ଦିଆଯାଇଛି । ଏବେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା