Masthead

ଭାଙ୍ଗୁଛି ଦମ୍ଭ, ଓସିଏ ପଦ ଛାଡ଼ିଲେ ବବି

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଶକ୍ତିଶାଳୀ ବିଜେଡି ନେତା ବବି ଏବେ ଦିଶାହୀନ । କ’ଣ କରିବେ ବୁଦ୍ଧି ପଶୁନି । ବିଚାର କରିପାରୁନାହାନ୍ତି କେଉଁ ନିଷ୍ପତ୍ତି ଠିକ୍, କେଉଁ ନିଷ୍ପତ୍ତି ଭୁଲ ହେବ । ଏମପି କି ଏମଏଏଲ ତ ହୋଇପାରିଲେ ନି । ମାଙ୍କୁ ବି ଜିତାଇପାରିଲେନି । ଦଳ ବି ଏମିତିରେ ସରକାରରୁ ଚାଲିଗଲା । ଆଉ ଓସିଏ ପଦ ବା କାହିଁକି ରଖିଥାନ୍ତେ । ଇଲେକ୍ସନର ୭ମାସ ପରେ ଓଡ଼ିଶା କିକ୍ରେଟ ଆସୋସିଏସନରୁ ଇସ୍ତଫା ଦେଲେ ପ୍ରଣବ ପ୍ରକାଶ ଦାସ । ପଦ ଛାଡିଲେ ବିବାଦ ବି ବଢିଲା । ଗଲା ସାଧାରଣ ନିର୍ବାଚନରେ ବୁଦ୍ଧି ଶିକ୍ଷିଲେ ବବି । ରାଜନୀତି ସାଙ୍ଗକୁ କ୍ରୀଡ଼ା ଜଗତରେ ନିଜର ପତିଆରା ବିସ୍ତାର ପାଇଁ ଚାହୁଁଥିଲେ ବବି । ତାହା କିନ୍ତୁ ଅଧୁରା ରହିଗଲା । ତାଙ୍କ ଖେଳ ଘର ଶୂନ୍ୟ ଥିବା ସତ୍ତ୍ୱେ ଆସନକୁ ମାଡିବସିଥିଲେ ।

ଯେହେତୁ ସେତେବେଳେ ସରକାରରେ ଥିଲା ବିଜେଡି । ପୁରା ଶକ୍ତିଶାଳୀ ନେତା ଥିଲେ ବବି । ଓସିଏ ଇଲେକ୍ସନରେ ଲଢି ୨୦୨୨ରେ ସଭାପତି ପଦକୁ ଅଳଙ୍କୃତ କରିଥିଲେ । ମାତ୍ର ଦୁଇ ବର୍ଷରେ ପଦରେ ରହିବା ପାଇଁ ନିଜକୁ ଯୋଗ୍ୟ ମଣିିଲେ ନାହିଁ ବବି । କାହିଁକି ନା ଦାୟିତ୍ୱ ନେବାର ଦୁଇବର୍ଷ ପୂରିଥିଲେ ବି କିକ୍ରେଟ ପାଇଁ ତାଙ୍କ ଅବଦାନ ବିଗ୍ ଜିରୋ । ବିଜେଡି ସରକାରରେ ଥିବା ବେଳେ କ୍ରୀଡାରେ ବି ରାଜନୀତି ପୂରାଇ ଦେଇଥିଲେ । ନିଜର ବାହୁବଳୀ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ସଭାପତି କରାଇଥିଲେ ନବୀନ । ଖାଲି ଦଖଲକୁ ନେଥିଲେ ତାହା ନୁହେଁ ବାରବାଟୀ ଷ୍ଟାଡିୟମର ରୂପାନ୍ତିକରଣ କରିବା ପାଇଁ ବି ମନବଳେଇଥିଲେ ନବୀନଙ୍କ ଅଣ ଓଡ଼ିଆ ଗୁମାସ୍ତା । ବବି ଥିଲେ ସଭାପତି ଯାହା ପାରିବେ ତାହା କରିବେ ବୋଲି ଭାବି ନେଇଥିଲେ କିନ୍ତୁ ତାଙ୍କ ଚିନ୍ତାଧାରାକୁ ପ୍ରବଳ ବିରୋଧ ହୋଇଥିଲା ।

ଯାହା ପାଇଁ ବିଜେଡି ସରକାରକୁ ପଛଘୁଞ୍ଚା ଦେବାକୁ ପଡିଥିଲା । ବବି ତାଙ୍କ ସଭାପତିତ୍ୱରେ ନା କିକ୍ରେଟ ଜଗତରେ ନୂଆ ପିଢି ସୃଷ୍ଟି କରିପାରିଲେ ନା ଅନ୍ତରଜାତୀୟ ଗୋଟେ ବି ମ୍ୟାଚ ସେ କରିପାରିଲେ । କିଛି ବି କରିପାରିଲେ ନାହିଁ ପ୍ରଣବ । ବୋଧେ ହୁଏ ଏବେ ସେ ଭଲ ଭାବରେ ବୁଝିପାରିଛନ୍ତି । ଯାହା ପାଇଁ ନିଜ ଆଡୁ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ପଦକୁ ବାଏ ବାଏ କରିଛନ୍ତି । ୨୪ଇଲେକ୍ସନ ତାଙ୍କର ସବୁକିଛି ଅଙ୍କ ବଦଳାଇଦେଇଛି । ନା ଗର୍ବ କାମ ଦେଲା ନା ଅହଙ୍କାର । କୁହାଯାଉଛି କି ପଦ ଛାଡ଼ିଲେ ସତ କିନ୍ତୁ ଏବେ ତାଙ୍କ ପାଇଁ ଆଡ଼ୁଆ ବଢିଛି । ତାଙ୍କ ସମୟ କାଳରେ ହୋଇଥିବା ହେରଫେରର ହୋଇପାରେ ତଦନ୍ତ । ତାଙ୍କ ସ୍ଥାନରେ ୪୫ଦିନ ମଧ୍ୟରେ ନୂଆ ସଭାପତି ଚୟନ ହେବ । ସେଥିପାଇଁ ବି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!