Masthead

ଫିଲିପାଇନ୍ସରେ ଭୂକଂପ, ୨୬ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକଂପ ଝଟ୍‌କା; ୨୬ ମୃତ, ୧୫୦ ଆହତ ଉପକୂଳ ସହର ବୋଗୋରେ ୬.୯ ତୀବ୍ରତାର ଭୂକଂପ ଝଟ୍‌କା ଭୁଶୁଡ଼ିଲା ଅନେକ ବଡ଼ ବଡ଼ କୋଠା; ଉଦ୍ଧାର କାର୍ଯ୍ୟ ଜାରି ପ୍ରକୃତିର ଭୟଙ୍କର କୋପ । ଥରିଲା ମାଟି ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ଉପକୂଳ ସହର ବୋଗୋରେ ୬.୯ ତୀବ୍ରତାର ଭୂକମ୍ପ ଝଟ୍‌କାରେ ସବୁ କିଛି ଛାରଖାର । ଅନେକ ବଡ଼ ବଡ଼ କୋଠା ଭୁଶୁଡି ପଡିଛି । ଏବେ ସୁଦ୍ଧା ୨୬ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବ ବେଳେ ଅନେକ ଆହତ ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଫିଲିପାଇନ୍ସ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ।

ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟରେ ଘରୁ ବାହାରକୁ ରାସ୍ତାକୁ ଧାଇଁ ଆସିଥିଲେ। ଏକ ଚର୍ଚ୍ଚ କ୍ଷତିଗ୍ରସ୍ତ ହେବା ସହ ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ସେବୁ ପ୍ରଦେଶର ବୋଗୋ ସହରରୁ ୧୭ କିଲୋମିଟର ଉତ୍ତର-ପୂର୍ବରେ ଥିଲା। ବିପର୍ଯ୍ୟୟ ପ୍ରତିକ୍ରିୟା ଅଧିକାରୀ କହିଛନ୍ତି ଯେ ପ୍ରାୟ ୯୦,୦୦୦ ଜନସଂଖ୍ୟା ବିଶିଷ୍ଟ ସେବୁ ପ୍ରଦେଶର ଏକ ଉପକୂଳବର୍ତ୍ତୀ ସହର ବୋଗୋରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ରିପୋର୍ଟ କରାଯାଇଛି। ବୋଗୋରେ ମୃତ୍ୟୁସଂଖ୍ୟା ବଢ଼ିପାରେ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି, “ବିପଦ ଯୋଗୁଁ ବୋଗୋ ଅଞ୍ଚଳରେ ଗତିବିଧି କଷ୍ଟକର।  କିଛି ଆହତଙ୍କୁ ଡାକ୍ତରଖାନା ନିଆଯାଇଛି। ସହରର ବିପର୍ଯ୍ୟୟ କାର୍ଯ୍ୟାଳୟର ମୁଖ୍ୟ କହିଛନ୍ତି ଯେ ବୋଗୋ ନିକଟସ୍ଥ ସହର ମେଡେଲିନରେ ଅତି କମରେ ୧୨ ଜଣ ବାସିନ୍ଦାଙ୍କ ମୃତ୍ୟୁ ହୋଇଛି। 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା