Masthead

କିଶୋରଙ୍କ ପରିବାରରୁ ଆସିଲା ବଡ଼ ଦୃଶ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରୋଚକ ହେବ ବ୍ରଜରାଜନଗର ରାଜନୀତି । ବଦଳିବ ନେତାଙ୍କ ଠିକଣା । ସ୍ୱର୍ଗତ କିଶୋର ମହାନ୍ତିଙ୍କ ପରିବାରକୁ ନେଇ ଖଚାଖଚ ଆଲୋଚନା । ପାଳିତ ହୋଇଛି ବର୍ଷିୟାନ ରାଜନେତା ସ୍ୱର୍ଗତ କିଶୋର ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ । ମଞ୍ଚକୁ ନେଇ ହଇଚଇ ସୃଷ୍ଟି । କୁଆଡେ ଗଲେ ବିଜେଡି ନେତା? ବିଜେଡିରେ ରହିବେ ତ ମହାନ୍ତି ଫ୍ୟାମିଲି ? କିଶୋରଙ୍କ ପତ୍ନୀ ତଥା ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କ ନିଷ୍ପତ୍ତି କ’ଣ? ବିଜେପିକୁ ଢଳୁନାହାନ୍ତି ତ ଅଳକା? ସ୍ୱାମୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକରେ ବିଜେପି ନେତାଙ୍କ ଉପସ୍ଥିତ ବଢାଇଲା ଚର୍ଚ୍ଚା । ହାତ ଗଣତି କିଛି ବିଜେଡି ନେତାଙ୍କୁ ଛାଡିଦେଲେ ମାଳ ମାଳ ବିଜେପି ନେତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ବିଧାୟକ ଓ ଦଳର ବରିଷ୍ଠ ନେତାଙ୍କ ଯୋଗଦେବା ଝାରସୁଗୁଡା ପଲିଟିକ୍ସରେ କମ୍ପନ ସୃଷ୍ଟି କରିଛି ।

କାହିଁକି ହଠାତ ଆମନ୍ତ୍ରିତ ହେଲେ ପଦ୍ମ ଦଳର ନେତା? କାହିଁକି ଦୂରେଇ ରହିଲେ ବିଜେଡିର ସେହି ଅଞ୍ଚଳର ବଡ଼ ବଡ଼ ନେତା? ସ୍ୱର୍ଗତ କିଶୋର ମହାନ୍ତିଙ୍କ ପଶ୍ଚିମ ଓଡ଼ିଶା ବିଜେଡି ପାଇଁ ଅବଦାନ ଅତୁଳନୀୟ । କାହାକୁ ବି ଏହା ଅଛପା ନାହିଁ । ଦଳର ମଙ୍ଗ ଧରି ଆସୁଥିଲେ କିଶୋର । ଅନେକ ବିବାଦ ଭିତରେ ବି ସେ ଝାରସୁଗୁଡା ଓ ବ୍ରଜରାଜନଗରରେ ନିଜର ପତିଆରା ଜାହିର କରିଆସୁଥିଲେ । କଂଗ୍ରେସ ଦୁର୍ଗ ଥିବା ସତ୍ତ୍ୱେ୍ୱ କିଶୋର ଶଙ୍ଖ ନାଦ ଦେଇଥିଲେ । କିନ୍ତୁ ତାଙ୍କ ବିୟୋଗ ପରେ ହୁଏତ ତାଙ୍କ ପରିବାରର ସେତେଟା ଦବଦବା ରହିପାରିନାହିଁ । ଉପ ନିର୍ବାଚନରେ ପତ୍ନୀ ଅଳକା ମହାନ୍ତି ବିଜୟ ହୋଇଥିଲେ ବି ଦଳରେ ବିବାଦ ପ୍ରବଳ ରହିଥିଲା । ବିଭିନ୍ନ ସମୟରେ ବି ତାଙ୍କ ପରିବାରକୁ ନେଇ କେଁ ହୋଇଆସିଛି ।

୨୦୨୪ ଇଲେକ୍ସନରେ ଅଳକା ହୁଏତ ସୁରେଶଙ୍କ ଠାରୁ ପରାଜିତ ବରଣ କରିଛନ୍ତି । ସେବେଠାରୁ ବି କିଶୋରଙ୍କ ପରିବାର ସକ୍ରିୟତା ସେତେଟା ନାହିଁ । କଶୋରଙ୍କ ପୁଅ ପୁରୁଷୋତ୍ତମ ବି ରାଜନୀତି ଗୋଟି ଚାଳନା ମା ଅଳକାଙ୍କ ପାଇଁ କରୁଛନ୍ତି । ଯାହା ପାଇଁ କୁଆଡେ ପୁଣି ଶଙ୍ଖଦଳର ନେତା ଓ ମହାନ୍ତି ପରିବାର ଭିତରେ ମତାନ୍ତର ମନାନ୍ତର ଆରମ୍ଭ ହୋଇଛି । ଯଦି ଏଭଳି ପରିସ୍ଥିତି ବ୍ରଜରାଜନଗର ବିଜେଡିରେ ଲାଗି ରୁହେ ତେବେ ଖୁବଶୀଘ୍ର କିଛି ନା କିଛି ନିଷ୍ପତ୍ତି କିଶୋରଙ୍କ ପରିବାର ନେଇପାରନ୍ତି । କାହିଁକି ନା ବିଜେଡି ପାଇଁ ସ୍ୱାମୀ ଦେଇଥିବା ମୂଲ୍ୟକୁ ଯଦି ଆଗାମୀ ଦିନରେ ନ ବୁଝିପାରନ୍ତି ତେବେ କଠୋର ପଦକ୍ଷପ ନେଇପାରନ୍ତି କିଶୋରଙ୍କ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା