Masthead

ଶୀତ ଜନଜୀବନ ହେଉଛି ଅସ୍ତବ୍ୟସ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଥରୁଛି ଓଡ଼ିଶା । ଶୀତ ଜନଜୀବନ ହେଉଛି ଅସ୍ତବ୍ୟସ୍ତ । କମୁଛି ପାରଦ । ଚାରଆଡ଼େ ଖାଲୀ ଧୂଆଁମୟ । କୁହୁଡିରେ ଆଚ୍ଛାଦିତ ରାସ୍ତା । ଆସନ୍ତା ୩ଦିନ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ଭଙ୍ଗା ଶୀତ ସହ ତୁଷାର ପାତ ଜାରି ରହିଛି । ଲଗାତାର ୩ ଦିନ ହେଲାଣି ପାରଦ ତଳ ମୁହାଁ ହେବାପରେ ବିଭିନ୍ନ ଜାଗାରେ ତୁଷାର ପାତ ଜାରି ରହିଛି । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ୪ ଡିଗ୍ରୀ ତଳକୁ ପାରଦ ଖସିବା ପରେ ହିଁ ତୁଷାର ପାତ ହୋଇଥାଏ । ତେବେ ହାଡଭଙ୍ଗା ଶୀତ ସହ ଘନ କୁହୁଡି ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ସେକିବା ଶିତୁଆ ଓଠକୁ ଗରମ ଗରମ ଚାହା ପିଇବା, ବ୍ୟାୟାମ କରି ଶୀତ ଛଡାଉଛନ୍ତି ଅଞ୍ଚଳବାସୀ । ଘନ କୁହୁଡି ସକାଶେ ଯାତାୟତ ପାଇଁ ଭାରି ସମସ୍ୟା ଉପୁଜୁଛି । ୫ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦେଖାଯାଉନାହିଁ । ଏହି କାରଣରୁ ଗାଡି ମଟର ଦୁର୍ଘଟଣାର ଶିକାର ହେଉଥିବା ବେଳେ ଦିନ ୧୦ ଟା ପର୍ଯ୍ୟନ୍ତ କୁହୁଡି ସାର ଅଞ୍ଚଳକୁ ଢାଙ୍କି ରଖୁଛି । ତଥାବି ଶୀତ ପ୍ରକାପ ବଡିବା ସହ ଅଞ୍ଚଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । କେବଳ ସବୁଜିମା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶୀତର ମଜାନେବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଛୁଟି ଆସୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା