Masthead

ନିଆଁ ଆଁରେ ଲସ୍ ଆଞ୍ଜେଲସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋଡ଼ ବଦଳାଇଲା କାର୍ଲିଫଣ୍ଣିଆ ଜଙ୍ଗଲ ନିଆଁ । ଜନବସତି ପ୍ରତି ବଢ଼ିଲା ବିପଦ । ବେକାବୁ ହୋଇ ଜଙ୍ଗଲ ନିଆଁ ମାଡ଼ି ଚାଲିଛି । ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଥିବା ୨୫ ମାଇଲ୍ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୨ ହଜାରରୁ ଅଧିକ ଘର ଓ କୋଠା ପୋଡ଼ି ଛାରଖାନ ହୋଇସାରିଲାଣି । ୪୦ହଜାର କୋଟି ଏକର ଜମିରୁ ୨୯ହଜାର ଏକରକୁ ନିଆଁ ଗ୍ରାସ କରି ସାରିଛି । ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

ଏମିତିକି ୧ ଲକ୍ଷରୁ ଅଧିକ ଲୋକ ଘର ଛାଡ଼ିଲେଣି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ଅଛନ୍ତି। ଏହା ସତ୍ତ୍ୱେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିନି। ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅଗ୍ନିକାଣ୍ଡରେ ୧୦ ହଜାର କୋଠା ପୋଡ଼ି ପାଉଁଶ ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଆଜି ମଧ୍ୟ ନିଆଁର ତାଣ୍ଡବ ଜାରି ରହିଛି। ପ୍ରବଳ ପବନ ଯୋଗୁଁ ନିଆଁର ପ୍ରକୋବ ବୃଦ୍ଧି ପାଉଛି ଏବଂ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଅସୁବିଧା ହେଉଛି। ଅନ୍ୟପକ୍ଷରେ, ଆମେରିକାର ପାଣିପାଗ ବିଭାଗ ଶୁକ୍ରବାର ପର୍ୟ୍ୟନ୍ତ ସତର୍କତା ଜାରି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା