Masthead

ଆଜି ମହାକୁମ୍ଭରେ ପ୍ରଥମ ଅମୃତସ୍ନାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ହୋଇଛି ପ୍ରଥମ ସାହି ସ୍ନାନ । ଭୋର ୫ଟା ୧୫ରୁ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ ଆରମ୍ଭ ହୋଇଛି। ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡ଼ା ସାଧୁମାନେ ବୁଡ଼ ପକାଇଛନ୍ତି। ତା’ପରେ ଅନ୍ୟ ଆଖଡ଼ା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ ଅନୁମତି ମିଳିଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ନାଗା ସାଧୁ ଆଜି କୁମ୍ଭରେ ଅମୃତ ସ୍ନାନ କରିଛନ୍ତି । ହାତରେ ଖଣ୍ଡା, ତ୍ରୀଶୁଳ, ଡମ୍ବରୁ ଧରି କୁମ୍ଭରେ ପହଞ୍ଚିଛନ୍ତି ନାଗା ସାଧୁ ।

ହର ହର ମହାଦେବ ନାରା ସହ ଶୋଭାଯାତ୍ରାରେ ଆସି ପହଞ୍ଚି ୨ହଜାରରୁ ଅଧିକ ନାଗା ସାଧୁ ଅମୃତସ୍ନାନ କରିଛନ୍ତି । ପ୍ରଥମେ ପଞ୍ଚୟତି ନିର୍ବାଣୀ ଆଖଡ଼ାର ସନ୍ଥମାନେ ବୁଡ଼ ପକାଇଥିଲେ। ଭୋର ୫ଟାରେ ଏମାନେ ସମସ୍ତେ ବୁଡ଼ ପକାଇଛନ୍ତି । ଏହା ପରେ ଗୋଟିଏ ପରେ ଗୋଟିଏ ୧୩ଟି ଆଖଡ଼ାର ସାଧୁ ସନ୍ଥ ଅମୃତ ସ୍ନାନ କରିଛନ୍ତି। ହିନ୍ଦୁ ଧର୍ମର ଦିବ୍ୟ ଓ ଭବ୍ୟ ମେଳା ମହାକୁମ୍ଭ ଆଜିଠାରୁ ଆରମ୍ଭ ହୋଇଛି । ମହା ଶିବରାତ୍ରୀ ପର୍ୟ୍ୟନ୍ତ ୪୫ ଦିନ ଧରି ଚାଲିବାକୁ ଥିବା ମେଳାର ପ୍ରଥମ ଦିନ ବା ପୁଷ ପୁନେଇରେ ଅପରାହ୍ଣ ୪ଟା ସୁଦ୍ଧା ପ୍ରାୟ ୧ କୋଟି ୬୦ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ବତୀ ନଦୀର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି ।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆୟୋଜିତ ଏହି ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ସମାବେଶରେ ଭାରତର ବିଭିନ୍ନ ସ୍ଥାନ ସମେତ ବିଦେଶରୁ ମଧ୍ୟ ଯାତ୍ରୀମାନଙ୍କର ପ୍ରବଳ ସମାଗମ ହୋଇଛି । ଏସିଆ ମହାଦେଶ ସମେତ ଆମେରିକା, ୟୁରୋପ ଓ ଆଫ୍ରିକା ମହାଦେଶର ୨୦ଟି ଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ସଙ୍ଗମସ୍ଥଳକୁ ଆସିଛନ୍ତି। ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ୧୪୪ ବର୍ଷ ପରେ ଏହି ମହାକୁମ୍ଭରେ ଦେଶବିଦେଶର କୋଟି କୋଟି ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ମହାକୁମ୍ଭରେ ସ୍ନାନ କରିବା ଦ୍ୱାରା ପାପରୁ ମୁକ୍ତି ସହ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଜି ୧୩ଟି ଆଖଡ଼ାର ସାଧୁମାନେ ଅମୃତ ସ୍ନାନ କରିବେ। ଏଥିନିମନ୍ତେ ସେମାନଙ୍କ ତିଥି, ସମୟ, କ୍ରମ ଓ ସିଡ୍ୟୁଲ ଜାରି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ