Masthead

ସଂକଟରେ ପ୍ଲାଷ୍ଟିକ ରସି କାରିଗର

ବରଗଡ଼, (ବଡ଼ ଖବର ବ୍ୟୁରୋ): ଲକଡାଉନ୍ ଛଡେଇ ନେଇଛି ଜୀବନ ଜୀବିକା। ସଙ୍କଟରେ ପ୍ଲାଷ୍ଟିକ ରସି କାରିଗର। ନା ମିଳୁଛି କଞ୍ଚାମାଲ ନା ବିକ୍ରି ହୋଇପାରୁଛି ଉତ୍ପାଦିତ ଦ୍ରବ୍ୟ। ସରକାରୀବାବୁଙ୍କ ଦୃଷ୍ଟି ଆଢୁ଼ଆଳରେ ରହିଯାଇଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ପିପଲମୁଣ୍ଡା ଗ୍ରାମର ପ୍ରାୟ ୮୦ ପରିବାର।
ଘରର ଆସବାବ ତଥା ବିଭିନ୍ନ ଘରକରଣା ଜିନିଷ ମଧ୍ୟରୁ ଝୋଟରୁ ତିଆରି ରସି ବା ସୁତୁଲୀ ଅନ୍ୟତମ। ଖଟ ତିଆରି ହେଉ କି ରୋଷେଇ ଘରେ ବ୍ୟବହୃତ ହେଉଥିବା ଶିକା ଏଥିପାଇଁ ପ୍ରଥମେ ଦରକାର ପଡିଥାଏ ରସି ଯାହାକି ଝୋଟରୁ ମିଳିଥାଏ, ମାତ୍ର ଏବେ ଏହି ରସି ତିଆରି ପାଇଁ ଆବଶ୍ୟକ ଝୋଟ ତଥା କଞ୍ଚାମାଲର ଅଭାବ ଯୋଗୁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ପିପଲମୁଣ୍ଡା ଗ୍ରାମର ରସି କାରିଗରମାନେ ପ୍ଲାଷ୍ଟିକ ରସି ତିଆରିକୁ ଆଦରି ନେଇଛନ୍ତି ।
ଏଥିପାଇଁ ସେମାନେ ପରିତ୍ୟକ୍ତ ସିମେଣ୍ଟ ବସ୍ତାକୁ ସଂଗ୍ରହ କରି ସେଥିରୁ ପ୍ଲାଷ୍ଟିକ ରସି ପ୍ରସ୍ତୁତ କରୁଛନ୍ତି। ଏହି ସିମେଣ୍ଟ ବସ୍ତାର ସୂତାକୁ ବାହାର କରି ପ୍ରଥମେ ସଫା କରିଥାନ୍ତି, ତାପରେ ସେଥିରୁ ସେମାନେ ତିଆରି କରିଥାନ୍ତି ଭଳି କି ଭଳି ରସି। ସେହି ପ୍ଲାଷ୍ଟିକ ରସିରୁ ବ୍ୟାଗ, ଶିକା ତଥା ଖଟରେ ବ୍ୟବହାର ହେଉଥିବା ରସି ଆଦି ପ୍ରସ୍ତୁତ କରି ମାର୍କେଟରେ ବିକ୍ରି କରିଥାନ୍ତି।
ଗୋଟିଏ ପଟେ ଲକଡାଉନ ଅନ୍ୟପଟେ କଞ୍ଚାମାଲର ଅଭାବ । ଏହାରି ଭିତରେ ଆର୍ଥିକ ଏହି ପ୍ଲାଷ୍ଟିକ ରସି କାରିଗରମାନେ ସଙ୍କଟ ମଧ୍ୟକୁ ପେଲି ହୋଇଯାଇଛନ୍ତି। ଏହି କାରିଗରମାନେ ପ୍ଲାଷ୍ଟିକ ରସି କିମ୍ବା ଏଥିରୁ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରି ଦିନକୁ ୨୦୦ ରୁ ୩୦୦ଟଙ୍କା ରୋଜଗାର କରିଥାନ୍ତି। ସେମାନେ ଏତିକି ଟଙ୍କାରେ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରିଥାନ୍ତି । ସେମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିଲେ ମଧ୍ୟ ଏ ଯାଏଁ ସେମାନଙ୍କୁ କୌଣସି ପ୍ରକାର ସରକାରୀ ସାହାଯ୍ୟ କିମ୍ବା ପ୍ରୋତ୍ସାହନ ମିଳିନାହିଁ ।
ପିପଲମୁଣ୍ଡା ଗ୍ରାମର ରସି କାରିଗରଙ୍କ ପାଇଁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି ଲାଗି କୌଣସି ଉପଯୁକ୍ତ ବଜାର ମଧ୍ୟ ନାହିଁ। ଲକଡାଉନ୍ ଯୋଗୁ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରସି କାରିଗର ସେମାନଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି। ପ୍ଲାଷ୍ଟିକ ରସି କାରିଗରଙ୍କ ସମସ୍ୟା ସମାଧାନ ଲାଗି ଶୀଘ୍ର ଉଦ୍ୟମ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିଳ୍ପ ଉନ୍ନୟନ ବିଭାଗର ମୁଖ୍ୟ ପ୍ରବନ୍ଧକ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି