Masthead

ବିଜେପିରେ ମିଶିଲେ ୪୦୦ରୁ ଅଧିକ କର୍ମୀ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଡିଆଁ ସେତେ ଦେଖିବାକୁ ମିଳୁଛି। କିଛି ପ୍ରମୁଖ ଦଳର ସ୍ଥିତି ସୁଧୁରୁଥିବା ବେଳେ କିଛି ଦଳର ସ୍ଥିତି ବିଗିଡି ବାରେ ଲାଗିଛି। ପରିବାରବାଦ ରାଜନୀତି ବିରୋଧ କରି ପ୍ରତିଦିନ ଶତାଧିକ ଲୋକ ବିରୋଧୀ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। କୁଜଙ୍ଗ ବ୍ଲକ ବଣିତ ଗ୍ରାମରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ହୋଇଥିବା ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବରେ ବଣିତ ପଞ୍ଚାୟତର ଚାରିଶହରୁ ଅଧିକ ଅସନ୍ତୁଷ୍ଟ ବିଜେଡି କର୍ମୀ ଏବଂ କଂଗ୍ରେସ କର୍ମୀ ନିଜର ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି ।

ବଣିତର ସରପଞ୍ଚଙ୍କ ସହ ନ୍ୟାୟବ ସରପଞ୍ଚ ଏକାଧିକ ୱାର୍ଡ ମେମ୍ବର ଏବଂ ତିନିଶହରୁ ଅଧିକ ଜନସାଧାରଣ ଏହି ଏହି ସମାବେଶରେ ଯୋଗଦେଇ ବିଜେପିରେ ନିଜକୁ ସାମିଲ କରିଛନ୍ତି । ଏହି ସମାବେଶ ଏବଂ ମିଶ୍ରଣ ପର୍ବରେ ପାରାଦୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଏବଂ ସାଂସଦ ପ୍ରାର୍ଥୀ ବିଭୂପ୍ରସାଦ ତରାଇ ଯୋଗଦେଇ ଦଳକୁ ନୂତନ କର୍ମୀମାନଙ୍କୁ ଦଳୀୟ ଟୋପି ଉତ୍ତରୀୟ ପ୍ରଦାନ କରିଥିଲେ।

ଶତାଧିକ ସମର୍ଥନଙ୍କ ସହ ଗ୍ରାମରେ ପଦଯାତ୍ରା କରି ସାଧାରଣ ଲୋକଙ୍କ ଆଶୀର୍ବାଦ ଲୋଡ଼ିବା ସହ ସଭାରେ ଯୋଗ ଦେଇଥିଲେ। ବିଜେପିର ଦୁଇ ପ୍ରାର୍ଥୀ ମତ ଅନୁଯାୟୀ ପାରାଦୀପରେ ବିଜେପିର ଶକ୍ତି ବଢୁଥିବା ବେଳେ ବେଜେଡି ଏବଂ କଂଗ୍ରେସ ପ୍ରତିଦିନ ଦୁର୍ବଳ ହେବାରେ ଲାଗିଛି। ଅପାରଗ ବିଧାୟକ ପରିବାରବାଦ ରାଜନୀତିକୁ ବିରୋଧ କରିବା ସହ ପାରାଦୀପବାସୀ ପରିବର୍ତ୍ତନ ଚାହୁଁଛନ୍ତି ଯାହା ଏଥର ନିଶ୍ଚିତ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ