ବାଣୀବିହାରରେ ଗଣ୍ଡଗୋଳ ଘଟଣା, ଆକ୍ସନ ମୋଡରେ କମିଶନରେଟ ପୋଲିସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାଣୀବିହାରରେ ଜେଏନୟୁ ତାତି । ୨ ଏବିଭିପି କର୍ମୀଙ୍କୁ ଉଠାଇ ନେଲା, ଜଣେ ଛାତ୍ରଙ୍କୁ ନିର୍ଦ୍ଧୁମ ଛେଚିଲା ପୁଲିସ୍‌ । ରବିବାର ବାଣୀବିହାରରେ ଜେଏନୟୁ ତାତି ଦେଖିବାକୁ ମିଳିଥିବା ବେଳେ ଏହାକୁ ଆୟତ୍ତକୁ ଆଣିବାକୁ ଯାଇ କମିଶନରେଟ ପୁଲିସ ଗିରଫ କରଛି । ଗତକାଲି ବିଳମ୍ବିତ ରାତିରେ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରକୁ ମାଡ଼ମାରି ଲୁହାଣ କରିବା ସହ ଦୁଇଜଣ ଏବିଭିପି ସଦସ୍ୟଙ୍କୁ ବି ଉଠେଇ ନେଇଛି କମିଶନରେଟ ପୁଲିସ।

ଆଚାର୍ୟ୍ୟ ବିହାର ଛକରେ ସୁବ୍ରତ ବିଶ୍ୱାଳ ନାମକ ବାଣୀବିହାର ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଛି ସହିଦ ନଗର ପୁଲିସ୍। ଏବିଭିପିର ଦୁଇ ଜଣ ସଦସ୍ୟ ମାନସ ସାହୁ ଓ ସଞ୍ଜୟ ମହାଳିକଙ୍କୁ ଗତକାଲି ବିଶ୍ଵବିଦ୍ୟାଳୟ ସେମିନାର ବେଳେ ଘଟିଥିବା ଆକ୍ରମଣ ଘଟଣାରେ ପୁଲିସ ଜୋରଜବରଦସ୍ତ ଉଠେଇ ନେବା ପାଇଁ ଚେଷ୍ଟା କରିଥିଲା। ଉକ୍ତ ସମୟରେ ସୁବ୍ରତ ବିଶ୍ୱାଳ ତାହାର ପ୍ରତିବାଦ କରିଥିଲେ। ସେଠି ସୁବ୍ରତଙ୍କୁ ପୁଲିସ୍ ନିର୍ଦ୍ଧୁମ୍ ପିଟିବା ସହ ଲୁହା କଣ୍ଟା ଥିବା ପାଚେରୀ ଉପରକୁ ଫିଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏଥିରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!